ଏତାଲା ରଖୁ ନାହି ଆରଡ଼ି ପୋଲିସ ଫାଣ୍ଡିଉତ୍ୟକ୍ତ,ଗ୍ରାମବାସୀ କଲେ ଫାଣ୍ଡିଘେରାଉ।
ଆରଡ଼ି, ୨୬/୦୬ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରଜ ଜିଲା ଆରଡ଼ି ଧାମ ଅଞ୍ଚଳରେ ରେ ଏକ ଘଟଣା ଚର୍ଚ୍ଚାରେ। ଆରଡ଼ି ଫାଣ୍ଡିପୋଲିସ ଏକ ସନ୍ଧେହ ଜନକ ମୃତୁର ଏତାଲା ନେବାକୁ ମନା କରୁଛନ୍ତି? ଉତ୍ୟକ୍ତ ଗ୍ରାମବାସୀ କଲେ ଥାନା ଘେରାଉ ।ଘଟଣାର ପ୍ରାପ୍ତ ସୂଚନା ଅନୁଯାଇ-ଭଦ୍ରଜ ଜିଲା ଧୁସୁରୀଥାନା ଅଧିକୃତ ଆରଡ଼ି ଫାଣ୍ଡି ଅନ୍ତର୍ଗତ-ଶାଠି ବାକୁଡ଼ା ଗ୍ରାମ ନିବାସୀଚନ୍ଦ୍ରକାନ୍ତ ମହାକୁଡ଼ ଙ୍କର ସନ୍ଧେହ ଜନକ ଭାବେ ଜୁନ୧୭ରିଖ ରେ ଗ୍ରାମ ନିକଟ ଘରପଛପଟେ ଗଛରୁ ଝୁଲନ୍ତା ଅବସ୍ତାରେ ଶବ ଉଦ୍ଧାରହୋଇଥିଲା। ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇ ଥିଲେ।ଯଥା ସମୟ ରେ ଚନ୍ଦ୍ରକାନ୍ତଙ୍କ ମୋବାଇଲ ମେସେଜ ଓ କିଛି ଫୋଟୋ ଦେଖି ଏହାଏକ ସନ୍ଧେହଜନିତ ହତ୍ୟାକାଣ୍ଡ ଓ ମୃତବ୍ୟକ୍ତି ର ବେକ ଓ ଅନ୍ୟସ୍ଥାନରେ କ୍ଷତଚୀନରହିଥିଲା। ଯାହା ପଡିବାର ଲୋକେ ମୃତ ଚନ୍ଦ୍ର କାନ୍ତଙ୍କୁ କେହି ହତ୍ୟା କରିଛି ବୋଲି ମୃତ ବ୍ୟକ୍ତି ର ବଡ଼ଭାଇ ଏତାଲା ରେ ଅଭିଯୋଗ କରିଥିଲେ।୪ଦିନ ପରେ ମୃତ ବ୍ୟକ୍ତି ର ପରିବାର ଏକ ଏତାଲା ଦେବାପାଇଁ ଆରଡ଼ି ଫାଣ୍ଡି କୁ ଆସିଥିଲେ। କିନ୍ତୁ ଆରଡ଼ି ପୋଲିସ ଏତାଲା ନେବାକୁ ମନା କରିଦେଲେ। ଏଥିରେ ମୃତ ଚନ୍ଦ୍ରକାନ୍ତର ପରିବାର ଓ ଗ୍ରାମବାସୀ ଏତାଲା ନ ରଖିବାରୁ ପ୍ରତିକ୍ରିୟା ଦୁଃଖ ପ୍ରକାଶକରିବା ସହ ମୃତ ବ୍ୟକ୍ତି ର ବୃଧା ମା ପୋଲିସ ର ଗୋଡ଼ତଳେ ପଡି ତାଙ୍କୁ ନ୍ୟାୟ ଦିଆଯାଉ ବୋଲି କାନ୍ଦି ବହୁ ବିନତି କରିଥଲେ।ତଥା ମୃତ ବ୍ୟକ୍ତି ର ପରିବାର ସହ ସାଥିରେ ଥିବା ମହିଳାଓ ପୁରୁଷ ମିଶି ଅଧିକ ଉତ୍ୟକ୍ତ ହୋଇ ତୁରନ୍ତ ଆରଡ଼ି ଫାଣ୍ଡି କୁ ଘେରାଉକରିଥିଲେ।ଘଟଣା ଅଧିକ ବଢି ଯିବାରୁ ଆରଡ଼ି ଫାଣ୍ଡି ର ମୁଖ୍ୟ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଏତାଲା ରଖିବା ସହ ଘଟଣା ର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହା ଆଗରୁ ମଧ୍ୟ ବଆରଡ଼ି ଫାଣ୍ଡିପୋଲିସ, ଧୂସୁରୀପୋଲିସ ଲୋକମାନଙ୍କୁ ନ୍ୟାୟ ଦେବା ବଦଳେ ଭୁଆଁ ବୁଲାଉ ଥିବାର ପୋଲିସ କର୍ମଚାରୀ ମାନଙ୍କ ନାମରେ ଜନସାଧରଣ ଅଭିଯୋଗ କରିଥିବାର ସୂଚନା ମିଳିଛି।