Hot Posts

6/recent/ticker-posts

ଚତୁର୍ଭୁଜ ସାହୁଙ୍କ ପରଲୋକରେ ଶୋକାକୁଳ ଅଞ୍ଚଳ

ନୂଆପଡା, ୦୧/୦୭ ( ପରମେଶ୍ୱର ମେହେର ) : ଚତୁର୍ଭୁଜ ସାହୁଙ୍କ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହେଉଥିଲା l ସେ ନୂଆପଡା ଜିଲ୍ଲାର କନ୍ଦାଢ଼ାପ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ l ସେ ପିଲାଦିନରୁ ନିର୍ଭିକ, ସାହସୀ ପରୋପକାରୀ, ଦୟାଳୁ, ଧାର୍ମିକ ଦୁଃଖୀ ଦରିଦ୍ର ଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ l l ତାଙ୍କ ବିୟୋଗରେ ସମଗ୍ର କନ୍ଦାଢ଼ାପ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ପୁତ୍ର, ସୁରେନ୍ଦ୍ର ସାହୁ, ରବିନ୍ଦ୍ର ସାହୁ, ଉପେନ୍ଦ୍ର ସାହୁ, ଝିଅ ଜେମାଦେଇସାହୁ, ନାତି ଦୟାନନ୍ଦ, ଧନେଶ, ବୁଲୁ, ଜିତୁ, ନାତୁଣୀ ଗୀତାଞ୍ଜଳି, ମହେନ୍ଦ୍ରୀ, ଲଷ୍ମୀପ୍ରିୟା, ହରିପ୍ରିୟା, ସୀମା, ଶିଖା, ସିନା ଶୃତି, ହୃଦୟ ,ବେବିକା, ପ୍ରୀତି, ଖେମପ୍ରକାଶ ପୁତ୍ର ବଧୂ, ଭାଇ, ଭାଉଜ, ଭଉଣୀ ,ଭଣଜା, ଭାଣିଜୀ, ନାତିନାତୁଣୀ ସମସ୍ତ ଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି l ତାଙ୍କ ବାସସ୍ଥାନ କନ୍ଦାଢ଼ାପ ଠାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା l ତାଙ୍କ ଶେଷ ଦର୍ଶନରେ ଶହ ଶହ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ l ତାଙ୍କ ବିୟୋଗ ରେ ସମଗ୍ର କନ୍ଦାଢ଼ାପ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l