Hot Posts

6/recent/ticker-posts

ଦାଦା ବଟି ମାଗିବା ଆଗରୁ ଧରିଲା ପୋଲିସ; ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର, ୦୭/୦୭ ( ଜେ. କେ. ପଟ୍ଟନାୟକ ) : ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ପୁଣିଥରେ ଆଉ ୨ଟି ପିସ୍ତଲ ଉଦ୍ଧାର କରିବା ସହ ୪ଜଣ ଅପରାଧୀଙ୍କୁ ଗିରଫ କରିଛି।ଗତ ଦେଢ଼ ବର୍ଷ ମଧ୍ୟରେ ଭଞ୍ଜନଗର ପୋଲିସ ୩୪ଟି ବନ୍ଧୁକ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଦାଦା ବଟି ମାଗିବା ପାଇଁ ଯୋଜନା କରିବା ଅଭିଯୋଗରେ ୪ ଜଣକୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ଦୁଇଟି ପିସ୍ତଲ ଓ ୨ ରାଉଣ୍ଡ ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ କୋଦଣ୍ଡା ଗ୍ରାମର ପିଣ୍ଟୁ ସେଠୀ, ଅନୀଲ ସାଇଁ, ବାଳକୃଷ୍ଠ ବିଷୋୟୀ ଓ ସୁବାଷ ଚନ୍ଦ୍ର ପାଢ଼ୀ। ଭଞ୍ଜନଗର ଏସଡିପିଓ ଡ. ଦୀପକ କୁମାର ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ ଆଇ ସମୀର କୁମାର ସେଠୀ, ଏସ ଆଇ ଲଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତମାନେ ମଳସାପଦର ରାସ୍ତାରେ କାହାକୁ ଦାଦା ବଟି ମାଗିବା ପାଇଁ ଯୋଜନା କରିଥିଲେ। ଏନେଇ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ।ଏହି ଘଟଣାରେ ଭଞ୍ଜନଗର ଥାନା କେସ ନମ୍ବର ୬୪୩/୨୬ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।