Hot Posts

6/recent/ticker-posts

ଆଇ ଆଇ ସି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, ୦୪/୦୭ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଆଇଆଇସି ଶ୍ରୀ ମତୀ ବିଉଟି ମହାନ୍ତି ଙ୍କ ମୃତ ଦେହ ଥାନା ପରିସର ଥିବା ତାଙ୍କ ବାସ ଭଵନ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ବ୍ୟବଚ୍ଛେଦ ପାଇଁ ଏସ ସି ବି ମେଡିକାଲ କୁ ପଠାଇଛି ପୋଲିସ। ସେ ଥିଲେ ଜଣେ ଦକ୍ଷ ମହିଳା ଥାନା ଅଧିକାରୀ  ତାଙ୍କ ସହକର୍ମୀ କୁହନ୍ତି, ସେ କୁଆଡେ ଭାରି ସାହସୀ। ଖୁବ୍ ଦୃଢ଼ମନା। ସେ ପୁଣି ଏଭଳି ନିଷ୍ପତ୍ତି କେମିତି ନେଇପାରିଲେ ତାଙ୍କ ଦୃଢ଼ ମନ ପଛରେ ପୁଣି କେଉଁ କୋହ ଲୁଚି ରହିଥିଲା? ଏହାର କାରଣ ଜଣାପଡି ନାହିଁ। ହେଲେ ଜଣେ ପୋଲିସ ଅଧିକାରୀ ଯିଏ ଅନ୍ୟକୁ ନ୍ୟାୟ ଦେଉଥିଲେ, ସେ ଆଜି କେଉଁ କାରଣ ଯୋଗୁ ନିଜ ଜୀବନ ପ୍ରତି ଅନ୍ୟାୟ କଲେ ଏହାପଛରେ #ବୈବାହିକ ଜୀବନର ଅଶାନ୍ତି ନା କାମର #ଚାପ ରହିଛି  ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ପରିସ୍ଥିତି ଯାହା ବି ହେଉ, ଏଭଳି ହେବାର ନଥିଲା। ଓଡ଼ିଶା ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ହରାଇଲା।  କଟକ ର ସମ୍ପୂର୍ଣ୍ଣ ପୋଲିସ ବିଭାଗ ଏହି ଘଟଣା ପରେ ସ୍ତମ୍ଭିଭୂତ ହୋଇ ପଡ଼ିଛନ୍ତି। କୌଣସି ପୋଲିସ ଅଫିସର୍ କିଛିବି କହିବାକୁ ମନା କରିଛନ୍ତି ଘଟଣା ସ୍ଥଳରେ କଟକ ଡିସିପି, ଏସପି, ମେୟର ଅନେକ ଜନ ପ୍ରତିନିଧି ପହଞ୍ଚି ଦୁଃଖ ବ୍ୟକ୍ତ କରିଛନ୍ତି। ସମସ୍ତେ ତାଙ୍କ କାର୍ଯ୍ୟ ଦକ୍ଷତା କୁ ପ୍ରଶଂସା କରୁଥିବା ବେଳେ ସେ କାହିଁକି ଏଭଳି ନିଷ୍ପତି ନେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି  ତଦନ୍ତ ପରେ ସ୍ପଷ୍ଟ ହେବ ପ୍ରକୃତ ଘଟଣା ଓ କାହିଁକି ଘଟିଲା ଏଭଳି ଦୁଃଖଦ ଘଟଣା। ମୃତ ଆଇଆଇସି ଙ୍କ ସ୍ଵାମୀ ବାହାରେ ଚାକିରି କରୁଥିଲା ବେଳେ ତାଙ୍କ ରେ ଗୋଟିଏ ଛୋଟ ପୁଅ ଅଛି।


କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ