Hot Posts

6/recent/ticker-posts

ନିମ ଗଛରୁ ଚିତା ବାଘର ଝୁଲନ୍ତା ମୃତ ଦେହ ଉଦ୍ଧାର

କବିସୂର୍ଯ୍ୟନଗର, ୦୭/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜରଡ ପାହଡ ନିକଟ ଏକ ନିମ ଗଛରୁ ଏକ ଚିତା ବାଘର ମୃତଦେହ ଉଦ୍ଧାର ହୋଇଛି l ଝୁଲନ୍ତା ଅବସ୍ଥାରେ ଚିତା ବାଘର ମୃତଦେହ ଉଦ୍ଧାର କଲା ବନବିଭାଗ। ବାଘଟି ଫାସ ରେ ଲାଗି ମୃତ୍ୟୁବରଣ କରି ଥିବା ସୂଚନା ମିଳିଛି । ଘଟଣାକୁ ନେଇ ବନ ବିଭାଗ କିଭଳି ଓ କେଉଁ ପରିସ୍ଥିତିରେ ବାଘର ଏମିତି ଅବସ୍ଥା ହୋଇଛି ତାର ତଦନ୍ତ ଆରମ୍ଭ କରିଛି।ବହୁ ଦିନ ହେବ ଖଲ୍ଲିକୋଟ ବନାଞ୍ଚଳର ଜରଡ ଗାଁର ପାହାଡରେ କିଛି ଶିକାରୀ ବନ୍ୟଜନ୍ତୁ ଶିକାର କରିବା ପାଇଁ ଫାସ ପକାଉଥିବା ଅଭିଯୋଗ ହୋଇଛି। ଆଉ ସେଥିରେ ଏହି ବାଘଟି ଲାଗି ଯାଇଥିବା ଅନୁମାନ କରାଯାଉଛି।ବନ ବିଭାଗ ମୃତ ବାଘଟିକୁ ତଳକୁ ଓହ୍ଲାଇ ବ୍ୟବଚ୍ଛେଦ କରାଯାଇଛି ।