ମାଲକାନଗିରି, ୦୧/୦୭ (ଶରତ ଚନ୍ଦ୍ର ଖରା) : ଆଜି ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥ ମହୋଦୟ ଙ୍କୁ ସରକାରୀ ଚାକିରୀ ରୁ ଅବସର କାଳିନ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ କରାଯାଇଥିଲା। ଦିର୍ଘ ଚାରି ବର୍ଷ ଧରି ସେ ପଣସ ପୁଟ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଅନେକ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଡ଼ି ଆଜି ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ଚାକିରି ର ସମୟ ସମାପ୍ତ ହୋଇଅଛି।ଆଜି ବିଦ୍ୟାଳୟ ରୁ ବିଦାୟ ନେବା ସମୟ ରେ ଅଞ୍ଚଳ ର ଅନେକ ଭଦ୍ର ବ୍ୟକ୍ତି ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସହ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପ୍ରମୋଦ କୁମାର ରଥ ମହୋଦୟ ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା ଜଣାଇଥିଲେ। ବିଦ୍ୟାଳୟ ପରିସରରେ ଏକ ପ୍ରକାରର ଶୋକ ଖେଳି ଯାଇଥିବା ଦେଖିବାକୁ ମିଳିଛି। ଦିର୍ଘ ଚାରି ବର୍ଷ କାଳ ପଣସ ପୁଟ ବିଦ୍ୟାଳୟ ଏବଂ ଅଞ୍ଚଳ ସମସ୍ତ ଦୁଃଖ ସୁଖରେ ନିଜକୁ ସାମିଲ କରି ସୂଚାରୁରୂପେ କାର୍ଯ୍ୟ କରୁଥିବା ଜଣେ ସଫଳ ଶିକ୍ଷକ ଆଜି ଚାକିରି ଜିବରୁ ସେ ଅବସର ନେଇ ଛନ୍ତି। ଭାବ ବିହ୍ୱଳ ପରିବେଶ ରେ ଆଜି ଶ୍ରୀ ରଥ ମହୋଦୟ ଙ୍କୁ ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ବିଦାୟ ଦିଆଯାଇଛି। ଏଇ ସମାରୋହ ରେ ପଣସ ପୁଟ ସ୍କୁଲ ର ପୂର୍ବତନ ସମସ୍ତ ଶିକ୍ଷକ ମାନେ ଯୋଗ ଦେଇ ଶ୍ରୀ ରଥ ମହୋଦୟ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।



