ସିନାପାଲିରେ ଧୁମଧାମରେ ପାଳିତ ହେଲା ୭୭ତମ ବନ ମହୋତ୍ସବ; ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା
ସିନାପାଲି, ୦୮/୦୭ ( ପରମେଶ୍ୱର ମେହେର ) : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରି ବର୍ତ ନ ବିଭାଗ, ଓଡି଼ ଶା ସରକାରଙ୍କ ଆନୁକୂଲ୍ୟରେ ସିନାପାଲି ବନାଂଚଳ, ଖଡ଼ି ଆଳ ବନଖଣ୍ଡ ପକ୍ଷରୁ ରାମଗଡ଼ ଗଣ୍ଡାବାହାଳୀଠାରେ ୭୭ତମ ବନ ମହୋତ୍ସବ – ୨୦୨୬ ଉତ୍ସାହର ସହ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସିଏଫ୍ ପ୍ରସଞ୍ଜିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ, ବନ ସଂରକ୍ଷଣ ଓ ପରିବେଶ ସୁରକ୍ଷାର ଆବଶ୍ୟକତା ସମ୍ପର୍କ ରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭଗବାନ ଚଳାନ, ଗଣ୍ଡାବାହାଳୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ, ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଅଧୂକରୁ ଅଧିକ ବୃକ୍ଷରୋପଣ କରିବା ସହ ପ୍ରତ୍ୟେକ ଗଛର ଯନ୍ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥୁ ଭାବେ ସୁବ୍ରତ ଠାକୁର, ଗଣ୍ଡାବାହାଳୀ ପଂଚାୟତର ସରପଂଚ କୌଶଲ୍ୟା ମେହେର, ଗଣ୍ଡାବାହାଳୀ ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ, ଗୁଣଧର ମେହେର ଓ ଷଡାନନ ସୁନାନୀ ଯୋଗଦେଇ ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷାର ଗୁରୁତ୍ଵ ଉପରେ ନିଜ ମତ ପ୍ରକାଶ କରି ଥିଲେ । କାମେଶ୍ଵର ତାଣ୍ଡି ଆବାହକ ଭାବେ କାର୍ଯ୍ୟକ୍ରମର ସମନ୍ବୟ କରିଥିବା ବେଳେ ମହାଦେବ ବନ୍ଦୀଛୋର ଦକ୍ଷତାର ସହ ମଂଚ ପରିଚାଳନା କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବନ ବିଭାଗର କନ୍ଦର୍ପ ସୁନାନୀ, ରମାରଞ୍ଜନ ରାଉତ ଓ ସମୀର ରଞ୍ଜନ ଠାକୁରଙ୍କ ସମେତ ବିଭାଗୀୟ ଅଧୀକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ଜନପ୍ରତିନିଧ୍ୟ, ଗଣ୍ଡାବାହାଳୀ ଶିଶୁ ବିଦ୍ୟାମନ୍ଦିର ଏବଂ ପଂଚାୟତ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ ନେଇଥିଲେ ।