Hot Posts

6/recent/ticker-posts

ଝରିଗାଁ ସଦର କାର୍ଯ୍ୟରତ ଆଶାକର୍ମୀଙ୍କ ବିୟୋଗ।

ଝରିଗାଁ, ୦୪/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଝରିଗାଁ ସଦର ସ୍ଥିତ ଶିରାଗୁଡ଼ା ( ୧ ) ରେ କାର୍ଯ୍ୟରତ ଆଶାକର୍ମୀ ସୋନେଇ ଖରା ( କାଞ୍ଚନମଣି) ଙ୍କ ଦେହାନ୍ତ ହୋଇଛି। ସୂଚନା ପ୍ରକାରେ ପ୍ରାୟ ମାସେ ହେବ ଅସୁସ୍ଥ ଥିଲେ । ସରକାରୀ ହସ୍ପିଟାଲ ଓ ଛତିଶଗଡ଼ ଘୋରେଇ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଥିଲେ। ଗତକାଲି ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜୟପୁର ଘୋରେଇ ହସ୍ପିଟାଲ (ଉଷା ) ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରି ତୁରନ୍ତ ବିଶାଖାପାଟଣା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଗତକାଲି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ଯିବାକୁ ପ୍ରସ୍ତୁତ ହେବାବେଳେ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ତାଙ୍କ ମର ଶରୀର ନିଜ ନିବାସକୁ ଅଣା ଯାଇଥିଲା। ତା ୧୭ / ୮/ ୧୯୬୬ ରେ ଜନ୍ମ ହୋଇଥିଲେ ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ପୂର୍ଣ୍ଣ ହୋଇ ୬୦ ବର୍ଷ ଚାଲିଥିଲା। କର୍ମ କ୍ଷେତ୍ରରେ ଓ ସାମାଜିକ କ୍ଷେତ୍ରରେ ଜଣେ ଆଦର୍ଶ କର୍ମଠ ଓ ମେଳାପୀ ନମ୍ର ପରପୋରକାରି ଭଦ୍ର ମହିଳା ଭାବେ ସମସ୍ତଙ୍କ ଆଦରଣୀୟ ଥିଲେ। ତାଙ୍କର ବିୟୋଗ ଖବର ଶୁଣିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ଶେଷଦର୍ଶନ ଲାଗି ତାଙ୍କ ବାସ ଭବନକୁ ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ଜ୍ଞାତି କୁଟୁମ୍ବ ପହଞ୍ଚିବା ପରେ ଆଜି କଲେଗାଁ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତିନି ପୁଅ ବୋହୂ ନାତି ନାତୁଣୀ ସ୍ୱପରିବାର ଉପସ୍ଥିତ ଥିଲେ। ଝରିଗାଁ ଆଶାକର୍ମୀ ସଂଘ ସଦସ୍ୟା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କର୍ମଚାରୀ ଦୁଃଖିତ ପରିବାର କୁ ସାକ୍ଷାତ୍ କରି ଶେଷ ଦର୍ଶନ କରି ସାନ୍ତ୍ୱନା ପ୍ରଦାନ କରିଥିଲେ।