Hot Posts

6/recent/ticker-posts

ମାଓବାଦୀଙ୍କ ଗୁପ୍ତ ଭଣ୍ଡାର ଠାବ: ବୋଡେନ ଜଙ୍ଗଲରୁ IED, ଗୁଳି ଓ ଅସ୍ତ୍ରଶସ୍ତ୍ର ଜବତ

ନୂଆପଡ଼ା, ୦୮/୦୭ (ପରମେଶ୍ୱର ମେହେର) : ମାଓବାଦ ବିରୋଧୀ ଅଭିଯାନରେ ନୂଆପଡ଼ା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ନିର୍ଭରଯୋଗ୍ୟ ଗୁଇନ୍ଦା ସୂଚନା ଆଧାରରେ ଜିଲ୍ଲା ପୋଲିସ ଏବଂ ୧୯ ବାଟାଲିୟନ୍ ସିଆରପିଏଫ୍‌ର ମିଳିତ ସର୍ଚ୍ଚ ଅପରେସନ୍‌ରେ ବୋଡେନ ଥାନା ଅଧୀନ ପାଟଧରା ସଂରକ୍ଷିତ ଜଙ୍ଗଲର ବାରପାଟ ଡଙ୍ଗର ଅଞ୍ଚଳରୁ ଏକ ଲୁଚାଇ ରଖାଯାଇଥିବା ମାଓବାଦୀ ଡମ୍ଫ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ଅସ୍ପୃଶସ୍ତ୍ର, ବିସ୍ଫୋରକ ସାମଗ୍ରୀ, ଆଇଇଡି ପ୍ରସ୍ତୁତି ଉପକରଣ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ନୂଆପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ମିଳିଥିବା ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପରେ ସୋମବାର ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ୍) ଏବଂ ୧୯ ବାଟାଲିୟନ୍ ସିଆରପିଏଫ୍‌ର ବିଡି ଟିମ୍ ପକ୍ଷରୁ ଓଡ଼ିଶା–ଛତିଶଗଡ଼ ସୀମାନ୍ତବର୍ତ୍ତୀ ପାଟଧରା ସଂରକ୍ଷିତ ଜଙ୍ଗଲରେ ବ୍ୟାପକ କମ୍ବ୍ରି ଅପରେସନ୍ ଚଳାଯାଇଥିଲା।
ଅଭିଯାନ ସମୟରେ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖାଯାଇଥିବା ଏକ ପୁରୁଣା ମାଓବାଦୀ ଡମ୍ପ ଠାବ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଦେଶୀ କାର୍ବାଇନ୍, ଏକେ-୪୭ ରାଇଫଲର ୨୯ ରାଉଣ୍ଡ ଗୁଳି, ଏସ୍ଏଲ୍‌ଆର୍‌ର ୫୪ ରାଉଣ୍ଡ ଗୁଳି, ଦୁଇଟି ଟିଫିନ୍ ଆଇଇଡି, ଜେଲାଟିନ୍ ଷ୍ଟିକ୍, ଗନ୍ ପାଉଡର, ଡିଟୋନେଟର, ବ୍ୟାଟେରି, ସୋଲାର ପ୍ଲେଟ୍, ବିଦ୍ୟୁତ ତାର, ବିସ୍ଫୋରକ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ଉପକରଣ, ମାଓବାଦୀ ପୋଷାକ, ହାଭରସାକ୍, ଜୋତା, ମାଓବାଦୀ ସାହିତ୍ୟ, ରନ୍ଧନ ସାମଗ୍ରୀ ଓ ଏକ ମେଡିକାଲ୍ କିଟ୍ ରହିଛି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଡମ୍ପଟି ପୂର୍ବରୁ ସିପିଆଇ (ମାଓବାଦୀ) କ୍ୟାଡରମାନଙ୍କ ଦ୍ବାରା ବ୍ୟବହୃତ ଏକ ପୁରୁଣା ଗୁପ୍ତ ଭଣ୍ଡାର ଥିଲା। ସୁରକ୍ଷା ବାହିନୀର କ୍ରମାଗତ ଗୁଇନ୍ଦା ଅଭିଯାନ ଓ ଅଞ୍ଚଳ ଦଖଲ ରଣନୀତି ଯୋଗୁଁ ଏଭଳି ଲୁଚାଇ ରଖାଯାଇଥିବା ମାଓବାଦୀ ଭିତ୍ତିଭୂମିକୁ ଚିହ୍ନଟ କରି ନଷ୍ଟ କରାଯାଉଛି। ପୋଲିସ କହିଛି, ନୂଆପଡ଼ା ଜିଲ୍ଲାକୁ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ଜିଲ୍ଲାରେ ପରିଣତ କରିବାର ଲକ୍ଷ୍ୟ ସଫଳ ହୋଇଥିଲେ ମଧ୍ୟ ସୁରକ୍ଷା ବାହିନୀ ସତର୍କ ରହିଛି। ମାଓବାଦୀଙ୍କ କୌଣସି ଅବଶିଷ୍ଟ ନେଟୱାର୍କ କିମ୍ବା ଭିତ୍ତୀଭୂମିକୁ ସକ୍ରିୟ ହେବାକୁ ସୁଯୋଗ ନ ଦେବା ପାଇଁ ଏଭଳି ସର୍ଚ୍ଚ, ଏରିଆ ଡୋମିନେସନ୍ ଓ ସାନିଟାଇଜେସନ୍ ଅଭିଯାନ ଆଗାମୀ ଦିନରେ ମଧ୍ଯ ଜାରି ରହିବ। ଉଲ୍ଲେଖନୀୟ ଯେ, ସମ୍ପୂର୍ଣ୍ଣ ଅଭିଯାନ କୌଣସି ପ୍ରକାର କ୍ଷୟକ୍ଷତି ବିନା ସଫଳତାର ସ‌ହ ଶେଷ ହୋଇଥିବା ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ଧରେ ଶାନ୍ତି, ସୁରକ୍ଷା ଓ ବିକାଶକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି