Hot Posts

6/recent/ticker-posts

ଏଇତ ଜୀବନ ସାମାଜିକ ଗଣ ମାଧ୍ୟମ ଓ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ।

କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : ପବିତ୍ର ଶ୍ରାବଣ ମାସରେ କାଉଡ଼ିଆ ଯାତ୍ରା ଅବସରରେ ଲକ୍ଷ ଲକ୍ଷ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଧବଳେଶ୍ବର ପୀଠକୁ ଯାତ୍ରା କରିଥାନ୍ତି । ତେବେ ଚହଟା ଛକ ଠାରୁ ଧବଳେଶ୍ବର ପୀଠ ପର୍ଯ୍ୟନ୍ତ ଏହି ରାସ୍ତାରେ ଦିନରାତି ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଯାତାୟାତ ହୋଇଥାଏ । ମାତ୍ର ଉକ୍ତ ରାସ୍ତାରେ ପର୍ଯ୍ୟାପ୍ତ ଆଲୋକୀକରଣ ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଦୁର୍ଘଟଣାର ଆଶଙ୍କାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଜନସ୍ବାର୍ଥ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ କେତେ ଗୁଡ଼ିଏ ପ୍ରମୁଖ ଦାବୀ ହେଲା ଚହଟା ଛକ ଠାରୁ ଧବଳେଶ୍ବର ପୀଠ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ମୁତୟନ । ଟ୍ରାଫିକ ନିୟନ୍ତ୍ରଣ ଓ ଯାନବାହନ ଚଳାଚଳର ସଠିକ୍ ସୁପରିଚାଳନା । ଜରୁରୀକାଳୀନ ସ୍ବାସ୍ଥ୍ୟସେବା, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା I ଏବଂ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ସହ ଆବଶ୍ୟକ ଜନସୁବିଧାର ବ୍ୟବସ୍ଥା କରିବାକୁ ଦାବି କରିଛି ସଙ୍ଗଠନ ।