ମାଲେସିଆରେ କଟକ ଝିଅଙ୍କ ସଫଳତା
କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : କଟକର ଇପସିତା ପଟ୍ଟନାୟକ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଆଣିଛନ୍ତି ଗୌରବ। ମାଲେସିଆରେ ଆୟୋଜିତ 'ମିସେସ୍ ମାଲେସିଆ ଏଲାଇଟ୍ ୟୁନିଭର୍ସ' ପ୍ରତିଯୋଗିତାରେ ସେ ଦ୍ୱିତୀୟ ରନର୍ସ-ଅପ୍ ହୋଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। କଟକର ଇପସିତା ପଟ୍ଟନାୟକ ଶନିବାର ମାଲେସିଆରେ ଶେଷ ହୋଇଥିବା ମିସେସ୍ ମାଲେସିଆ ଏଲାଇଟ୍ ୟୁନିଭର୍ସ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ-ଅପ୍ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ସ୍ୱାମୀ ମାଲେସିଆର ଏକ ବଡ଼ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ, ଇପସିତା ଅଡିସନରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଚୂଡ଼ାନ୍ତ ୧୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ପରେ ବିଭିନ୍ନ ପର୍ଯ୍ୟାୟରେ ଦକ୍ଷତାର ପ୍ରଦର୍ଶନ କରି ସେ ଦ୍ୱିତୀୟ ରନର୍ସ-ଅପ୍ ଖିତାବ ହାସଲ କରିଛନ୍ତି। ଇପସିତାଙ୍କ ଏହି ସଫଳତା ପାଇଁ ପରିବାର, ବନ୍ଧୁବର୍ଗ ଓ କଟକବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ଏହି ସଫଳତା ଓଡ଼ିଶାର ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛି।