Hot Posts

6/recent/ticker-posts

ବରୀ-ରାମଚନ୍ଦ୍ରପୁର ରାସ୍ତାରେ ଓହଳି ରହିଛି ବାଉଁଶ ଗଛ, ପ୍ରଶାସନ ପଦକ୍ଷେପ ନେବାକୁ ଦାବି

ବରୀ, ୧୨/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଲକର ପ୍ରମୁଖ ରାସ୍ତା ବରୀ ମାଉଣ୍ଡ ଠାରୁ ରାମଚନ୍ଦ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ବାଉଁଶ ଗଛ ଗୁଡିକ ବିପଦପୂର୍ଣ୍ଣ ଭାବେ ଓହଳି ରହିଛି । ବର୍ଷା ହେଲେ ଏହା ଅଧିକ ଓହଳି ପଡୁଛି । କିଛି ସ୍ଥାନରେ ଏହା ରାସ୍ତା ଉପରେ ଓହଳି ରହିବା ଫଳରେ ବଡ଼ ଗାଡି ଗଲା ବେଳେ ସମସ୍ୟା ସୃଷ୍ଟି କରୁଛି । ଓହଳି ରହୁଥିବା ବାଉଁଶ ଗଛ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ମଧ୍ୟ ହୋଇଛି । ରାତିରେ ବାଇକ ଚାଳକ ମାନେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ଓହଳି ରହିଥିବା ବାଉଁଶ ଗଛ ଗୁଡିକୁ କାଟିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।