Hot Posts

6/recent/ticker-posts

ବେଆଇନ ଗଞ୍ଜେଇ ଚାଲାଣ : କାର ସହ ଗଞ୍ଜେଇ ଜବତ

ଭଞ୍ଜନଗର, ୧୨/୦୭ ( ଜେ. କେ. ପଟ୍ଟନାୟକ ) : ଭଞ୍ଜନଗର ପୋଲିସ ଏକ କାରରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହାକୁ ରୋକିବାରେ ସକ୍ଷମ ହୋଇଛି।ଶନିବାର ମଧ୍ୟାହ୍ନରେ ଭଞ୍ଜନଗର ଥାନା ଏସ୍ଆଇ ଲଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହିତ ମୁଜାଗଡ଼ ରାସ୍ତାରେ ପାଟ୍ରୋଲିଂ ଡ୍ୟୁଟି କରୁଥିଲେ।ସେହି ସମୟରେ ଗୋଟିଏ ସିଲଭର କଲର ଭେଣ୍ଟୋ କାର୍ ଯାହାର ନମ୍ବର ଓଡି ୧୪ ଡ଼ି ୩୮୩୯ ବିପରୀତ ଦିଗରୁ ଆସୁଥିଲା। ହେଲେ ପୋଲିସ ଗାଡିକୁ ଦେଖି ହଠାତ୍ କାରଟି ପଛକୁ ଫେରିବାକୁ ଚେଷ୍ଟା କରିଥିଲା। ସଙ୍ଗେ ସଙ୍ଗେ ପୋଲିସ ତାକୁ ଖାରୀ ଗୁଡା ଟୋଲ ଗେଟ ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲା।ତଲାସୀ ନେବାରେ କାରରେ ଥିବା ଜଣେ ବ୍ୟକ୍ତି ସହିତ ଦୁଇଟି ଜରି ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ଅନ୍ୟ ସାକ୍ଷୀଙ୍କ ଉପସ୍ଥିତିରେ ଓଜନ କରିବାରେ ତାହା ୩୬, ୮୧୦ଗ୍ରାମ ଥିବା ଜଣାପଡିଛି।ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ବୁଗୁଡ଼ା ଥାନା କରସିଙ୍ଗି ନୂଆ ସାହିର ସନ୍ତୋଷ କୁମାର ଆଳତିଆକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚାଲାଣରେ ବ୍ୟବହୃତ ଉକ୍ତ କାର,ଗଞ୍ଜେଇ ଓ ୧୫ଶହ ଟଙ୍କା ଜବତ କରିଥିବା ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।