Hot Posts

6/recent/ticker-posts

ମାଲକାନଗିରି ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ୍ ନିର୍ବାଚନ ରେ ନିରଞ୍ଜନ ହେଲେ ସଭାପତି, କ୍ଷୀରଦ ଉପ ସଭାପତି ଓ ବିଜୟ ହେଲେ ସାଧାରଣ ସମ୍ପାଦକ ନିର୍ବାଚିତ

ମାଲକାନଗିରି, ୧୩/୦୭ (ଶ୍ରୀ ଶରତ ଚନ୍ଦ୍ର ଖରା) : ରବିବାର ମାଲ୍ୟବନ୍ତ ହଷ୍ଟେଲ ରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ୍ ମାଲକାନଗିରି ଜିଲା ଶାଖା ର ନିର୍ଵାଚନ ଅନୁଷ୍ଟିତ ହୋଇଯାଇଛି। ଏହି ନିର୍ବାଚନ ରେ ସଭାପତି ପଦବୀ ପାଇଁ ୪ ଜଣ ପ୍ରତିଦ୍ୱନ୍ଦୀ କରୁଥିବା ବେଳେ ନିରଞ୍ଜନ ମହାପାତ୍ର ତାଙ୍କ ନିକଟ ତମ୍ ପ୍ରତିଦ୍ୱନ୍ଦୀ ଙ୍କ ଠାରୁ ୮୮ଖଣ୍ଡ ଭୋଟ ଅଧିକା ପାଇ ବିଜୟ ହୋଇଛନ୍ତି। ଉପ ସଭାପତି ଭାବେ କ୍ଷୀରୋଦ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଭାବେ ବିଜୟ ପାତ୍ର, ଯୁଗ୍ମ ସମ୍ପାଦକ ଭାବେ ଦୀପକ କୁମାର ନାୟକ ନିର୍ବାଚିତ ହୋଇଛନ୍ତି। ଅନ୍ୟାନ୍ୟ ପଦପଦବୀ ରେ ମନ୍ଦାକିନୀ ପ୍ରଧାନ, ସମ୍ପଦ ସ୍ବାଇଁ, ଅଜୟ ରାଉତ, ପ୍ରଶାନ୍ତ କୁମାର୍ ନାୟକ ଓ ବିଭୁଦତ୍ତ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ କୁ ମନୋଜ ମିଶ୍ର, ଉମା ପଟ୍ଟନାୟକ, ରମାକାନ୍ତ ବେହେରା, ଶ୍ରୀମତୀ ବିରା ମାଢ଼ି, ଲକ୍ଷ୍ମି ନାରାୟଣ ରଥ ସୁଚାରୁ ରୂପେ ପରିଚାଳନା କରିଥିଲେ। ଦିର୍ଘ୍ ୯ ବର୍ଷ ପରେ ନିର୍ବାଚନ ହୋଇଥିବାରୁ ନିର୍ଵାଚନ ରୋଚକ ହୋଇଥିଲା। ସମସ୍ତ ନିର୍ବାଚନ ସୁଚାରୁ ରୂପେ ହେବା ପାଇଁ ଏକ କେନ୍ଦ୍ରୀୟ କମିଟି ରାଜ୍ୟ ସଙ୍ଘ୍ ନିର୍ଦେଶ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଅଜୟ କୁମାର ମିଶ୍ର ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ବିଜୟ କୁମାର ରଥ, ଏନ୍ ରାଜେଶ, ଦିଲୀପ ଚୌଧୁରୀ, ମୋହନ ମାଝୀ ଙ୍କୁ ନିୟୋଜିତ କରାଯାଇଥିଲା।