କର୍ଲାମୁଣ୍ଡାରେ ବିଜେପି ର ମାସିକ ବୈଠକ
କର୍ଲାମୁଣ୍ଡା, ୦୭/୭ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବିଜେପି କାର୍ଯ୍ୟାଳୟ, କର୍ଲାମୁଣ୍ଡା ପରିସରରେ ଆଜି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସହ-ପ୍ରଭାରୀ ଦିବାକର ବାଗ, ବରିଷ୍ଠ ଭାଜପା ନେତା ଦୟାନିଧି ସାହୁ, ପୂର୍ବତନ ମଣ୍ଡଳ ସଭାପତି ସଞ୍ଜୟ କୁମାର ଜୈନ, ଲିଙ୍ଗରାଜ ସାହୁ, ସୂର୍ଯ୍ୟମଣି ଘିଭେଲା, ସୁଧିର ତାଣ୍ଡି, ବନମାଳୀ ସାହୁ, ଯୁବ ମୋର୍ଚ୍ଚା ସଭାପତି ଉମେଶ ପଧାନ, ସୀତାରାମ ରଣା, ବାହାନ ସାହୁଙ୍କ ସମେତ ଅନେକ ଭାଜପା କର୍ମୀ ଯୋଗ ଦେଇଥିଲେ।