କଟକ_ସିଡିଏ_ସେକ୍ଟର_୬ରେ_ପ୍ରଥମ_ଥର_ଗଡ଼ିବ_ମହାପ୍ରଭୁଙ୍କ_ରଥ, ପ୍ରସ୍ତୁତିର ସମୀକ୍ଷା କଲେ ମେୟର ଓ କମିଶନର।
କଟକ, ୦୩/୦୭ ( କାହୁଁ ଚରଣ ବାରିକ ) : କଟକ ସିଡିଏ ସେକ୍ଟର-୬ ସ୍ଥିତ ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରଥଯାତ୍ରା ଆୟୋଜିତ ହେବାକୁ ଯାଉଛି। ଏହାକୁ ସଫଳ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆବାସିକ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମ ଥର ପାଇଁ ସିଡିଏ ଅଞ୍ଚଳରେ ମହାପ୍ରଭୁଙ୍କ ରଥ ଗଡ଼ିବାକୁ ଥିବାରୁ ଆଜି କଟକ ମହାନଗର ନିଗମର ମେୟର ଓ କମିଶନରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ଅବସରରେ ରଥଯାତ୍ରା ଓ ବାହୁଡ଼ାଯାତ୍ରାକୁ କିପରି ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁରୁଖୁରୁରେ ଆୟୋଜନ କରାଯିବ, ସେନେଇ ଆବାସିକ ସଂଘର କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ମେୟର ଓ କମିଶନର ଜଗନ୍ନାଥ ମନ୍ଦିରଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରଥପଥ ପରିଦର୍ଶନ କରି ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କୁ ପ୍ରୟୋଜନୀୟ ନିର୍ଦ୍ଦେଶ ଦେଇଥିଲେ।