ସୋନପୁରରେ 'ବିକଶିତ ଭାରତ ଜି ରାମ ଜି–୨୦୨୫'ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ, ୧୨୫ ଦିନ ରୋଜଗାର ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର, ୦୩/୦୭ ( ଜଗଦୀଶ ମେହେର ) : ଗତକାଲି ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ସୋନପୁର ନୂତନ ଟାଉନ ହଲ ଠାରେ ଆନ୍ଧ୍ର ପ୍ରଦେଶର ତିରୁପତି ଠାରେ ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତରରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, କୃଷି, କୃଷକ ମଙ୍ଗଳ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ, ଭାରତ ସରକାର ମାନନୀୟ ଶ୍ରୀଯୁକ୍ତ ଶିବରାଜ ଚୌହାନ ଙ୍କ ଦ୍ଵାରା ଆଜି ଠାରୁ ଶୁଭାରମ୍ଭ କରାଯାଇଥିଲା। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଏଲ୍ ଇ ଡି ଟେଲିଭିଜନ ଜରିଆରେ ଆଭାସି ମାଧ୍ୟମରେ ଜନ ସାଧାରଣଙ୍କ ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ସୋନପୁର ଟାଉନ ହଲ ଠାରେ ବିକଶିତ ଭାରତ ଜି ରାମ ଜି ୨୦୨୫ କୁ ମୁଖ୍ୟ ଅତିଥି ବିଧାୟକ, ବୀରମହାରାଜପୁର ଇଞ୍ଜିନିୟର ଶ୍ରୀଯୁକ୍ତ ରଘୁନାଥ ଜଗଦଳା, ଓ ସମ୍ମାନିତ ଅତିଥି ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ୍ ସାହୁ ଓ ଅନ୍ୟ ସମ୍ମାନିତ ଅତିଥି ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ସମାଜ ସେବୀ, ଶ୍ରୀ ବେଣୁଧର ଦାଶ, ସାଂସଦ ଙ୍କ ପ୍ରତିନିଧି ଶ୍ରୀମତି ନଳିନୀ ପଣ୍ଡା ଙ୍କ ଦ୍ଵାରା ଜିଲ୍ଲା ସ୍ତରରେ ଶୁଭାରମ୍ଭ କରାଯାଇଥିଲା। ଏହି ଶୁଭାରମ୍ଭ ସଭାରେ ଜିଲ୍ଲା ସ୍ତରୀୟ ଅଧିକାର ବୃନ୍ଦ, ସମସ୍ତ ପଞ୍ଚାୟତ ସମିତି ର କର୍ମଚାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ,ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟର , ମେଟ୍ ବା ଗାଁ ସାଥୀ ବୃନ୍ଦ, ଜିଲ୍ଲାର ଜନସାଧାରଣ, ମଜୁରିଆ, ବୁଦ୍ଧିଜୀବୀ,ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସମେତ ବିଭିନ୍ନ ସମ୍ବାଦ ପତ୍ର ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ଥିଲେ। ମୁଖ୍ୟ ଅତିଥି ତଥା ମାନ୍ୟବର ବିଧାୟକ, ବୀରମହାରାଜପୁର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ସେମାନଙ୍କ ଅଭିଭାଷଣ ରେ ବିକଶିତ ଭାରତ ଜି ରାମ ଜି ୨୦୨୫ ର ବୈଶିଷ୍ଟ୍ୟ, ନିର୍ଦ୍ଧେଶାବଳି ଓ ନିୟମାବଳୀ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବିଶଦ ଭାବେ ଅବଗତ କରାଇବା ସହିତ ଗ୍ରାମାଞ୍ଚଳ ର ପ୍ରତ୍ୟେକ ପରିବାରକୁ ୧୨୫ ଦିନର ନିଶ୍ଚିତ ରୋଜଗାର ସହିତ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଗ୍ରାମାଞ୍ଚଳ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଜନସାଧାରଣ ସଚେତନ କରି ଅବଗତ କରାଇଥିଲେ। ବିକଶିତ ଭାରତ ଜି ରାମ ଜି ୨୦୨୫ ରେ ଥିବା ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ପ୍ରକଳ୍ପ ଗ୍ରାମ ସଭାର ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଥଲେ। ମାନ୍ୟବର ବିଧାୟକ ଆହୁରି ପ୍ରକାଶ କଲେ ଯେ ଆବଶ୍ୟକତା ଅନୁଯାୟୀ ସମସ୍ତ କାର୍ଯ୍ୟକାରୀ ସଂସ୍ଥା ମାନଙ୍କୁ ଯଥା ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଲାଇନ୍ ଦିପାର୍ଟମେଣ୍ଟ ମାନଙ୍କୁ ସରକାରଙ୍କ ଦ୍ଵାରା ପାଣ୍ଠି ଉପଲବ୍ଧ କରାଯିବ। ମଧ୍ୟାହ୍ନ ଭୋଜନ ବିରତି ପରେ ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବିଶଦ ଭାବେ ଆଲୋଚନା କରାଗଲା ଓ ଶେଷରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସଭା ସାଙ୍ଗ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଜି ରାମ ଜି ୨୦୨୫ ଉପରେ ବ୍ୟାପକ ଜନ ସଚେତନତା ପାଇଁ ଏହି ଜନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।