Hot Posts

6/recent/ticker-posts

ବିଧାୟକ ସୌଭିକ ବିଶ୍ୱାଳଙ୍କ ନାମରେ ବାଦାମବାଡ଼ି ଥାନାରେ ଏତଲା. ..

କଟକ, ୦୩/୦୭ ( କାହୁଁ ଚରଣ ବାରିକ ) : ଶ୍ରୀ ତାପସ ମହାନ୍ତି, ପିତା- ସ୍ଵର୍ଗତ ଚତୁର୍ଭୁଜ ମହାନ୍ତି, ବୟସ ୬୧ ବର୍ଷ, ସା/ପୋ- ଭୁବନପୁର, ଜଗତପୁର, କଟକ-୭୫୪୦୨୧ । ବର୍ତ୍ତମାନ ମୁଁ ବିଜୁ ଜନତା ଦଳ, କଟକ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ ଅଛି। ମୋ ମୋବାଇଲ ନମ୍ବର- ୯୨୩୮୬୫୬୭୭୧ । ବିନୀତ ନିବେଦନ ଯେ, ତା ୦୧.୦୭.୨୦୨୬ ରେ କଟକ ଲିଙ୍କ ରୋଡ଼ ସ୍ଥିତ ରିଲାଏନ୍ସ ଡିଜିଟାଲ ନିକଟସ୍ଥ ଘୋଷ ଫିଲ୍ମରେ ଆୟୋଜିତ ଶ୍ରୀ ଲଳିତ ଘୋଷକ ବିବାହ (ମୋ ନିଜ ଝିଆରୀ ର ରିସେପ୍ସନ) ଉତ୍ସବରେ ମୁଁ ଅତିଥୁମାନଙ୍କ ସହିତ ଉପସ୍ଥିତ ଥିଲି। ସେହି ସମୟରେ ଚୌହାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ, ପିତା- ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ, ମୋ ପଛପଟ କାନ୍ଧରେ ହାତ ମାରି ଧମକପୂର୍ଣ୍ଣ ସ୍ବରରେ କହିଥିଲେ, "ଆଜିଠାରୁ ଦିନ ଗଣୁଥାଅ, ତୁମକୁ ଛାଡ଼ିବି ନାହିଁ, ଜୀବନରୁ ମାରିଦେବି ।” ଉକ୍ତ ବିବାହ ଉତ୍ସବର ପରିବେଶକୁ ଦୃଷ୍ଟିରେ ରଖ୍ ମୁଁ କୌଣସି ପ୍ରତିକ୍ରିୟା ନ ଦେଇ ସଂଯମତା ରକ୍ଷା କରିଥିଲି । ମୋ ହାତରେ ଥ‌ିବା ଖାଦ୍ୟ ଥାଳିକୁ ଡଷ୍ଟବିନରେ ପକାଇ ସେଠାରୁ ବାହାରି ଆସୁଥିବା ବେଳେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଘଟଣା ପରେ ମୁଁ ମୋ ପରିବାର ସଦସ୍ୟମାନଙ୍କୁ ଏବଂ ବିଜୁ ଜନତା ଦଳର ଜିଲ୍ଲା ସଭାପତିଙ୍କୁ ଏ ବିଷୟରେ ଅବଗତ କରାଇଥୁଲି । ମୁଁ ଦୀର୍ଘ ବର୍ଷ ଧରି ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ଏବଂ ଶ୍ରୀ ସୌଭିକ ବିଶ୍ବାଳଙ୍କ ସହ ଚୌଦ୍ଵାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲି। କିନ୍ତୁ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ବିଜେଡିରୁ ବହିଷ୍କୃତ ହେବା ପରେ ମୁଁ ବିଜୁ ଜନତା ଦଳରେ ରହି ଦଳୀୟ କାର୍ଯ୍ୟ କରି ଆସୁଛି । ଏହି କାରଣରୁ ମୋ ପ୍ରତି ରାଜନୈତିକ ଆକ୍ରୋଶ ରଖ୍ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ବିଗତ ୪/୫ ମାସ ହେବ ଅନେକ ଥର ଧମକ ଦେଇଥିଲେ ଏବଂ ତାଙ୍କ ବାପାଙ୍କ ସହ ରହିବାକୁ ଚାପ ପ୍ରୟୋଗ କରିଥିଲେ। ସେ ଏପରିକି "ତୁମେ ୧୪/୧୫ ଜଣଙ୍କୁ ମୁଁ ଦେଖୁ ଦେବି" ବୋଲି ମଧ୍ୟ କହିଥିଲେ। ଉପରୋକ୍ତ ଘଟଣା ଓ ପୂର୍ବରୁ ଦିଆଯାଇଥିବା ଧମକକୁ ଦୃଷ୍ଟିରେ ରଖ୍ ମୁଁ ମୋ ଜୀବନ ପ୍ରତି ଗୁରୁତର ବିପଦ ଥ‌ିବା ଅନୁଭବ କରୁଛି। ଅତଏବ, ମୋ ଜୀବନ ଓ ସୁରକ୍ଷା ପ୍ରତି ବିପଦ ଥ‌ିବାରୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ଧାରାରେ ଏଫ୍.ଆଇ.ଆର. ରୁଜୁ କରିବା ସହିତ ମୋତେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବା ଏବଂ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରୁଅଛି ।