Hot Posts

6/recent/ticker-posts

ଇଲେକ୍ଟ୍ରିକ୍ ତାର ଉପରେ ମାଡ଼ିଯାଇଛି ଲତା ସଫା କରୁନାହାନ୍ତି ବିଦ୍ୟୁତ ବିଭାଗ

ବାଲିଆପାଳ ୨୨/୦୭ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର ମହାବଳା ଜମାଶୂଳି ଏହିପରି ଅନେକ ଅଞ୍ଚଳରେ ବିଦ୍ୟୁତ ତାର ଉପରେ ବହୁ ପରିମାଣରେ ଲତା ଓ ଗଛ ଡାଳ ମାଡ଼ିଯାଇଥିବା ଦେଖିବାକୁ ମିଳିଛି। ଏହା ଫଳରେ ଯେକୌଣସି ସମୟରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ସ୍ଥାନୀୟ ଲୋକମାନେ ଏନେଇ ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସଫେଇ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ,ବର୍ଷା ଓ ପବନ ସମୟରେ ଲତା ଓ ଡାଳ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ବିଭ୍ରାଟ ସୃଷ୍ଟି କରୁଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ବିଦ୍ୟୁତ ବିଭାଗ ଉଚ୍ଚ କତୃପକ୍ଷ ତୁରନ୍ତ ଲତା ଓ ଗଛ ଡାଳ ସଫା କରି ବିଦ୍ୟୁତ ତାରକୁ ସୁରକ୍ଷିତ କରିବା ପାଇଁ ଗଗନ ବିହାରୀ ବେହେରା, ନିଶିକାନ୍ତ ପୁହାଣ, ମନ୍ମଥ କୁମାର ଦେ, ପ୍ରଣବେଶ ସାମନ୍ତରାୟ, ଲଷ୍ମୀଧର ଜେନା, ସୁଭାଶିଷ ଭଦ୍ର, ମୁକୁନ୍ଦ ମୁରାରୀ ସାହୁ, ଖଗେଶ୍ୱର ପ୍ରସାଦ ମାଝୀ, ସୁନା ମଣି ଦେହୁରୀ, ମୃତ୍ୟୁଞ୍ଜୟ ଗୋଛାୟତ ପ୍ରମୁଖ ସ୍ଥାନୀୟ ବାସିନ୍ଦା ଦାବିକରିଛନ୍ତି