୧୦ ବର୍ଷ ପରେ ମିଳିଲା ନ୍ୟାୟ। ଯୌତୁକ ନିର୍ଯାତନା ଓ ନବବଧୂଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଶାଶୁ ଓ ଶ୍ବଶୁର ଙ୍କୁ ଆଜୀବନ କାରାଦଣ୍ଡ।
କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : ୧୦ ବର୍ଷ ପରେ ମିଳିଲା ନ୍ୟାୟ। ଯୌତୁକ ନିର୍ଯାତନା ଓ ନବବଧୂଙ୍କ ମୃତ୍ୟୁ ମାମଲାରେ ସ୍ୱାମୀ ଶାଶୁ ଓ ଶ୍ବଶୁର ଙ୍କୁ ଆଜୀବନ କାରାଦଣ୍ଡ। ରାୟ ଶୁଣାଇଲେ କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଦାଲତ। ୨୦୧୫ ମସିହା ନଭେମ୍ବର ୮ ତାରିଖରେ ମୃତକ ମୁସ୍ତାରୀ ବିବି ମୁସଲିମ ରୀତିନୀତି ଅନୁସାରେ ଅଲ୍ଲାରଖା ଖାନଙ୍କୁ ବିବାହ କରିଥିଲେ। ବିବାହ ସମୟରେ ବରପକ୍ଷ ପକ୍ଷରୁ ୬୦ ହଜାର ଟଙ୍କା ଯୌତୁକ ଦାବି କରାଯାଇଥିଲା। କନ୍ୟାପକ୍ଷ ୫୦ ହଜାର ଟଙ୍କା , ସୁନା ଅଳଙ୍କାର ଓ ଘରୋଇ ସାମଗ୍ରୀ ଦେଇଥିଲେ ଏବଂ ଅବଶିଷ୍ଟ ୧୦ ହଜାର ଟଙ୍କା ପରେ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିବାହ ପରେ ସ୍ୱାମୀ ଅଲ୍ଲାରଖା ଖାନ, ଶ୍ୱଶୁର ଦିଲ୍ଲୀପ ଖାନ ଓ ଶାଶୁ ବେବିନା ଖାନ ଅବଶିଷ୍ଟ ଯୌତୁକ ଟଙ୍କା ଆଦାୟ ପାଇଁ ମୁସ୍ତାରୀ ବିବି ଙ୍କୁ ଶାରୀରିକ ଓ ମାନସିକ ଦେଇ ଆସୁଥିଲେ । କିନ୍ତୁ ବିବାହର କିଛି ମାସ ପରେ ଅର୍ଥାତ ୨୦୧୬ ଫେବୃଆରୀ ୧୧ ତାରିଖ ସକାଳେ ମୁସ୍ତାରୀ ବିବିଙ୍କ ମୃତଦେହ ଶଶୁର ଘରୁ ଉଦ୍ଧାର ହୋଇଥିଲା । ଝିଅର ଯୌତୁକ ନିର୍ଯାତନା ଜନିତ ମୃତ୍ୟ ହୋଇଥିବା ଦର୍ଶାଇ ସ୍ଥାନୀୟ ଲାଲବାଗ ଥାନାରେ ଏତେଲା କରିଥିଲେ ପରିବାର। ପୋଲିସ ତଦନ୍ତ କରି ଶ୍ବଶୁର ଶାଶୁ ଓ ସ୍ୱାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।