୨ହଜାର ଲିଟର ମହୁଲି ପୋଚ ନଷ୍ଟ, ୨ ଜଣ ଗିରଫ ।
ଭଞ୍ଜନଗର, ୨୨/୦୭ ( ଜେ. କେ ପଟ୍ଟନାୟକ ) : ଅବୈଧ ମଦ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇଛି।ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ପୋଲିସ ଆଜି ରୁଗୁମ ଗ୍ରାମରେ ଆବକାରୀ ଚଢ଼ାଉ କରିଛି । ଚଢ଼ାଉ ବେଳେ ୨ହଜାର ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି ଏବଂ ୧୧୦ ଲିଟର ବେଆଇନ ଦ୍ରବୀଭୂତ ଦେଶୀ ମଦ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ବିଷୟ ବଡ଼ଗଡ଼ ପୋଲିସ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଏହି ଚଢ଼ାଉ କରିଥିବା ବେଳେ ଅବୈଧ ମଦ କାରବାରରେ ଜଡ଼ିତ ଅନ୍ୟ ଲୋକମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି ବୋଲି ବଡ଼ଗଡ଼ ପୋଲିସ କହିଛି।ମଦ ରନ୍ଧାରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି।