Hot Posts

6/recent/ticker-posts

ବିବାଦୀୟ ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥର ମୁକ୍ତି ସ୍ଥଗିତ ପାଇଁ ଦାବିପତ୍ର ।

କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : କଟକ ବିଶ୍ବ ହିନ୍ଦୁ ପରିଷଦର ଯୁବ ସଂଗଠନ ବଜରଙ୍ଗ ଦଳର ସଦସ୍ୟବୃନ୍ଦ, ପ୍ରସ୍ତାବିତ ଆନିମେଟେଡ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କ ମୁକ୍ତି ସମ୍ପର୍କରେ ଜିଲ୍ଲାପାଳ ଙ୍କ ନିକଟରେ ଏହି ବିଷୟରେ ଉପସ୍ଥାପନ କରିଛନ୍ତି । ଉକ୍ତ ଚଳଚ୍ଚିତ୍ରରେ ଏପରି କିଛି ଦୃଶ୍ୟ ଓ ଉପସ୍ଥାପନା ରହିଥ‌ିବ ବୋଲି କୋଟି କୋଟି ହିନ୍ଦୁମାନଙ୍କର ମତ, ଯାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ପରମ୍ପରା, ଆସ୍ଥା ଏବଂ ଧାର୍ମିକ ଭାବନାକୁ ବିକୃତ ଭାବେ ଚିତ୍ରଣ କରି ଆଘାତ ପହ‌ଞ୍ଚାଉଛି। ଏହି ଚଳଚ୍ଚିତ୍ରଟି ୧୭ ଜୁଲାଇ ୨୦୨୬ ତାରିଖରେ ମୁକ୍ତି ପାଇବାର ଥୁଲା, କିନ୍ତୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ପ୍ରତିବାଦ ଏବଂ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲା ପରିପ୍ରେକ୍ଷୀରେ ଏହାର ମୁକ୍ତିକୁ ସ୍ଥଗିତ ରଖାଯାଇଥିଲା I ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ରର ପ୍ରଯୋଜକମାନେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଚଳଚ୍ଚିତ୍ର ମୁକ୍ତି ପାଇଁ ଅନୁମତି ପ୍ରାର୍ଥନା କରିଛନ୍ତି I ନ୍ୟାୟାଳୟରେ ହୋଇଥିବା ଶୁଣାଣି ଅନୁଯାୟୀ, ରଥଯାତ୍ରା ସମାପ୍ତ ହେବା ପରେ ଅର୍ଥାତ୍ ସିଧାସଳଖ ଭାବେ ୨୮-ଜୁଲାଈରେ ଜଳଚିତ୍ରଟି ମୁକ୍ତିଲାଭ କରାଈବାକୁ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁଭଳି ମନ୍ତବ୍ୟ ଦେଈଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତ ଏବଂ ବିଶ୍ବର କୋଟି କୋଟି ଭକ୍ତଙ୍କର ଆରାଧ୍ୟ ଦେବତା I ତାଙ୍କ ସମ୍ପର୍କରେ ଯେକୌଣସି ଅପମାନଜନକ କିମ୍ବା ଧାର୍ମିକ ଭାବନାକୁ ଆଘାତ ପହ‌ଞ୍ଚାଇବା ପରି ଚିତ୍ରଣ ସାମାଜିକ ସମ୍ପ୍ରିତି କୁ ବିଘ୍ନତ କରିବା ସହ ସନାତନ ହିନ୍ଦୁ ସମାଜର ଆସ୍ଥାକୁ ଗଭୀର ଭାବେ ଆଘାତ ପହ‌ଞ୍ଚାଇପାରେ I ଏଣୁ, ବଜରଙ୍ଗ ଦଳ ବିନମ୍ର ଅନୁରୋଧ କରିଛି ଜିଲ୍ଲାପାଳ ଙ୍କ ଜରିଆରେ ଏହି ନିବେଦନକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ବୋର୍ଡ (CBFC) ଭଳି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରେରଣ କରି, ଚଳଚ୍ଚିତ୍ରଟିକୁ ସମ୍ପୂର୍ଣ ବାତିଲ କରିବା ସହ ଯେପରି ଏଥିରେ କୋଟି କୋଟି ହିନ୍ଦୁମାନଙ୍କର ତଥା ଭକ୍ତମାନଙ୍କର ଧାର୍ମିକ ଭାବନାକୁ ଆଘାତ ନ ଲାଗେ ସେପ୍ରତି ବିଶେଶ ଧ୍ୟାନ ଦେବେ ।ଅତଏବ, ଜନଶାନ୍ତି ବଜାୟ ରଖିବା, ଧାର୍ମିକ ସୁରକ୍ଷା କରିବା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କର ଧାର୍ମିକ ଭାବନାକୁ ସମ୍ମାନ ଜଣାଇବା ସ୍ୱାର୍ଥରେ ଏହି ବିଷୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ କଟକ ମହାନଗର ଦାବି କରିଛି I ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ କଟକ ମହାନଗର ଜିଲ୍ଲା ସଂଯୋଜକ ସୁମନ କୁମାର ସାହୁ ,ସହ ସଂଯୋଜକ ବିକାଶ ନାୟକ , ମିଳନ କେନ୍ଦ୍ର ପ୍ରମୁଖ ଡି. ହରିଓମ୍ ଆଚାରି, ସୁରକ୍ଷା ପ୍ରମୁଖ ଅସ୍ମିତ୍ କୁମାର ବେହେରା , ପ୍ରଚାର ପ୍ରସାର ପ୍ରମୁଖ ସତ୍ୟଜିତ ସେନାପତି ସହ ପ୍ରଖଣ୍ଡ ସ୍ଥର ରେ ବାଇମୁଣ୍ଡି ପ୍ରଖଣ୍ଡ ସଂଯୋଜକ ଶେଖର ଡାକୁଆ , ସହ ସଂଯୋଜକ ତନ୍ମୟ କର୍ମକାର , ସୁରକ୍ଷା ପ୍ରମୁଖ ଶଙ୍କର ଡାକୁଆ, ଗୋରକ୍ଷା ପ୍ରମୁଖ ଆକାଶ ଚୌଧୁରୀ, ବିଦ୍ୟାର୍ଥୀ ପ୍ରମୁଖ ଗଣେଶ ଦାସ , କାଠଯୋଡି ପ୍ରଖଣ୍ଡ ର ସଂଯୋଜକ ବିକାଶ ରାମ , ମିଳନ କେନ୍ଦ୍ର ପ୍ରମୁଖ ଆଦିତ୍ୟ ନାଇଡୁ ସହ ବାବୁ ଭଗତ ,ଟୁକୁନା ସ୍ବାଇଁ ଓ ସମସ୍ତ ପ୍ରଖଣ୍ଡ କାର୍ଯ୍ୟକର୍ତ୍ତା ଯଥା ଦେବାଶିଷ ଦାସ ,ସଦାନନ୍ଦ ବିଶ୍ଵାଳ , ସୌମ୍ୟ ଦାସ ଉପସ୍ଥିତ ଥିଲେ ।