ମାଆ ରମାଦେବୀ ଙ୍କ 41 ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ।
ବରୀ, ୨୨/୦୭ ( ରଂଜିତ ମହାନ୍ତି ) : ଆଜି ମା ରମାଦେବୀ ଙ୍କ 41 ତମ ଶ୍ରାଦ୍ଧ ବାର୍ଷିକୀ ଗୋପବନ୍ଧୁ ରମାଦେବୀ ଆଶ୍ରମ ଦ୍ୱାରା ପାଳିତ ହୋଇ ଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ 8,30 ମିନିଟ୍ ରେ ରାମଚନ୍ଦ୍ରପୁର ର ପୁରାତନ ମୌଳିକ ବିଦ୍ୟାଳୟ ନିକଟସ୍ଥ ବ୍ରାହ୍ମଣୀ ନଦୀ ଘାଟରେ ତିଳ ତର୍ପଣ କରାଯାଇଥିଲା। ପରେ ପରେ ଏ ଉପଲକ୍ଷେ ସରକାରୀ ହାଇସ୍କୁଲ ପରିସର ରେ ରମାଦେବୀ ଙ୍କ ଏକ ପ୍ରସ୍ତର ପ୍ରତିମୂର୍ତ୍ତି ସ୍ଥାପନ ଓ ଉନ୍ମୋଚନ କରାଯାଇଥିଲା। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ଶିବ ଶଙ୍କର ଜେନା ସଭାପତିତ୍ବ କରିଥିଲେ। ଆଶ୍ରମ ର ସଭାପତି ଡକ୍ଟର ସୁବାସ ବିଶ୍ୱାଳ, ସମ୍ପାଦକ ନିମାଇଁ ରାୟ, ଉପସଭାପତି ପ୍ରଭାସ ଚନ୍ଦ୍ର ଦାସ, ଙ୍କ ସମେତ ବୃନ୍ଦାବନ ସାମଲ, ଅଭୟ ଶତପଥୀ,କପିଲ ସାମଲ, ତରଣିସେନ୍ ମଲିକ୍, ସ୍ମିତା ସାମଲ, ମାଧବ ଶାନ୍ତି, ନିକୁଞ୍ଜ ଦାସ,ଗଦାଧର କର ଙ୍କ ସହ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଓ ଛାତ୍ର ଛାତ୍ରୀ, କମିଟି ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।