Hot Posts

6/recent/ticker-posts

ସାମ୍ବାଦିକ କୃପାସିନ୍ଧୁ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

ବାଲିଆପାଳ ୨୫/୦୭ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ସୁବର୍ଣ୍ଣ ରେଖା ପ୍ରେସ କ୍ଲବର ସଭାପତି ସାମ୍ବାଦିକ କୃପାସିନ୍ଧୁ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ସିମୁଳିଆ ମାର୍କେଟ ରାଜା ରାଣୀ ଛକ ନିକଟ ଶ୍ରୀହରି ମଣ୍ଡଳଙ୍କ ଟେଷ୍ଟ ଅଫ ଓଡିଶା ହୋଟେଲ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ କ୍ଲବ ଆବାହକ ଡ଼ଃ ସୁକାନ୍ତ କୁମାର ଗିରିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ କ୍ଲବର ମାର୍ଗ ଦର୍ଶକ ମନ୍ମଥ କୁମାର ସାହୁ, କବି କଥାକାର ବିଜୟ କୁମାର ପାତ୍ର, ଡି ଏସ ଟିଭି ଚେନାଲ ମୁଖ୍ୟ ସଦାଶିବ ସେଠୀ, ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ସମ୍ପାଦକ ସନ୍ୟାସୀ ବେହେରା, ସାମ୍ବାଦିକ ବୀର ମାଧବ ଦାସ, ଶ୍ରୀହରି ମଣ୍ଡଳ, ହରେକୃଷ୍ଣ ତ୍ରିପାଠୀ,ସାମ୍ବାଦିକା ରମିତା ବିଶ୍ୱାଳ, କ୍ଷୀତିଶ କୁମାର ଜେନା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ପଣ୍ଡାଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ସେ ବାଲିଆପାଳ ସୁବର୍ଣ୍ଣ ରେଖା ପ୍ରେସ କ୍ଲବର ସଭାପତି ରହିବା ସହିତ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସଂଗଠନ ସହିତ ସମ୍ପୃକ୍ତ ଥିଲେ। ତାଙ୍କ ସରଳ ଜୀବନ ଯାପନ ଓ ଅମାୟିକ ବ୍ୟବହାର ସମସ୍ତଙ୍କୁ ଆପଣାର କରିଥିଲା ବୋଲି ମଧ୍ୟ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାଥନା କରା ଯାଇଥିଲା