Hot Posts

6/recent/ticker-posts

ନର୍ଲାରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ନର୍ଲା, ୦୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ନର୍ଲା ରେଳ ଷ୍ଟେସନରେ ଆଜି ନର୍ଲା ସ୍ୱାଭିମାନ ମଞ୍ଚର ଆହ୍ୱାନକ୍ରମେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ ଆରମ୍ଭ ହୋଇଛି। ବହୁ ସଂଖ୍ୟାରେ ଆନ୍ଦୋଳନକାରୀ ରେଳ ଧାରଣାରେ ବସି ପ୍ରତିବାଦ କରୁଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଏହି ଆନ୍ଦୋଳନ ଯୋଗୁଁ ଏହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ଟ୍ରେନ୍ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ସୁରକ୍ଷା ଦୃଷ୍ଟିରୁ ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ