ତୃଣମୂଳ ସ୍ତରରେ ଦୀର୍ଘସ୍ଥାୟୀ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା
ରାୟଗଡ଼, ୧୦/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାର ଲକ୍ଷ୍ୟ ନେଇ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ କର୍ମଚାରୀଙ୍କ ବିକାଶ ଯୋଜନା ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା ସମସ୍ତ ବ୍ଲକ୍ ସ୍ତରରେ ଅନୁଷ୍ଠିତ ହେଉଛି । ରାୟଗଡ଼ ବ୍ଲକ ସଦଭାବନା ଗୃହରେ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହାର ଉଦଘାଟନୀ ଉତ୍ସବରେ ବିଡ଼ିଓ ସୁଜିତ କୁମାର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ରଥ, ରାଜ୍ୟ ସମ୍ବଳ ବ୍ୟକ୍ତି ରବି ନାରାୟଣ ଶତପଥୀ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଦିପ୍ତୀ ବଟଲାଭଦ୍ରା, ବ୍ଲକ୍ ଫାଇନାନ୍ସ ଅଧିକାରୀ ହିମାଳୟ ଶବର, ଜିପିଡିଓ ସ୍ମୃତିରେଖା ନାୟକ, ସମ୍ୱଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ଓ ବୈଶ୍ୟୟିକ ସଂଯୋଜକ ଯୋଗେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଅଗଷ୍ଟ ମାସରେ ଗ୍ରାମସଭା ମାଧ୍ୟମରେ ପ୍ରତି ଗ୍ରାମ୍ୟ ପଞ୍ଚାୟତ ସ୍ତରରେ ଆଗାମୀ ବର୍ଷ ନିମନ୍ତେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ ହେବ । ଅଞ୍ଚଳର ସମସ୍ୟା ମୌଳିକ ସମସ୍ୟା ଗୁଡ଼ିକୁ ଦୃଷ୍ଟିରେ ରଖି ଏହି ଯୋଜନା ହେବ । ଏଣୁ ସମସ୍ତ ବିଭାଗ ଓ ସ୍ଥାନୀୟ ପ୍ରତିନିଧିଙ୍କ ସଚେତନତା ଏକ ସନ୍ତୁଳିତ ଯୋଜନା ର ରୂପରେଖ ପ୍ରଦାନ କରିବ ବୋଲି ବିଡ଼ିଓ ସୁଜିତ କମାର ମିଶ୍ର ଆଶା ପ୍ରକଟ କରିଛନ୍ତି ।