ଝରୀଗାଁ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ
ଝରୀଗାଁ, ୧୦/୦୭ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତର କଲେଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଝରୀଗାଁ ସାମ୍ବାଦିକ ସଂଘ ଓ ଓୟୁଜେ (OUJ) ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନରସିଂ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସହ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିଲେ। ସେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରି ସେଗୁଡ଼ିକର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ଏହାସହ ଛାତ୍ରଛାତ୍ରୀମାନଙ୍କୁ ନିୟମିତ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି କି ନାହିଁ ସେନେଇ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ସହ ଆଲୋଚନା କରି ବିଭିନ୍ନ ଶିକ୍ଷାଗତ ବିଷୟରେ ମତବିନିମୟ କରିଥିଲେ।l ଏହି ଅବସରରେ ଝରୀଗାଁ ସାମ୍ବାଦିକ ସଂଘର ସଭାପତି ତ୍ରିନାଥ ଦୁରୁଆ, ଗିରି ମାଝୀ, ମନୋଜ ନାୟକ, ଭୋଦେବ ଗୌଡ଼, ରାମଦାସ ଭତ୍ରା, ଲକ୍ଷ୍ମୀ ପାଣ୍ଡେ, କୁଞ୍ଜ ମାଝୀ, ମୁରଲୀ ହରିଜନ, ବୁଦରାମ ଗଣ୍ଡ, ନକୁଳ ଭତ୍ରା, ଜୟଶ୍ରୀ ଦାସ, ମନୋଜ କୁମାର ବାଘ, ବସନ୍ତ କୁମାର ସାହୁଙ୍କ ସମେତ ସଂଘର ସଦସ୍ୟ, ବିଦ୍ୟାଳୟର ଶିକ୍ଷକ ଓ ବହୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ।