Hot Posts

6/recent/ticker-posts

ଗୋଡ଼ଳର ତିନି ଛାତ୍ର ବିଦ୍ୟାଳୟ ସ୍ତରରେ ସମ୍ମାନିତ

ସିନାପାଲି, ୦୩/୦୭ ( ପରମେଶ୍ୱର ମେହେର ) : ଗତ ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି ପରୀକ୍ଷା ବା ଏନଏମଏମଏସ୍ ପରୀକ୍ଷାରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ଗୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଛାତ୍ର ଲକ୍ଷ୍ମଣ ମାଝୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଉକ୍ତ ବୃତ୍ତି ପାଇବାକୁ ଯୋଗ୍ଯ ହୋଇଥିବାବେଳେ ଆଜି ତାଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଛି l ସେହିପରି ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷରୋପଣ ସହ ସେସବୁର ବିଶେଷ ଯତ୍ନ ନେଇଥିବା ଯୋଗୁଁ ଅନ୍ୟ ଦୁଇଜଣ ଛାତ୍ର ବାଲାଜୀ ମାଝୀ ଓ ଟିକେଲାଲ ମାଝୀଙ୍କୁ ମଧ୍ୟ ଏ ଅବସରରେ ସମ୍ମାନିତ କରାଯାଇଥିଲା l ଏନେଇ ଶୁକ୍ରବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏକ ସଭା କରାଯାଇ ଛାତ୍ରମାନଙ୍କୁ ବିଦ୍ୟାଳୟ ତରଫରୁ ଅଭିନନ୍ଦନ ଜଣାଇବା ସହ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ା ଚଳିତ ଶିକ୍ଷା ବର୍ଷରେ ଏହି ଛାତ୍ରମାନେ ଗୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣାପଡିଛି l ସଭାରେ ଶିକ୍ଷକ ରାଜେନ୍ଦ୍ର ଖମାରୀ, ନବୀନ ବେହେରା, ଜ୍ଞାନରଞ୍ଜନ ସୁନାନୀ, ନିହାର ରଞ୍ଜନ ଖମାରୀ ଓ ଶିକ୍ଷୟିତ୍ରୀ ଇନ୍ଦୁମତୀ ମାଝୀ, ନମିତା ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ l