କଇଁଛ ଚୋରାଚାଲାଣ ବେଳେ ମାଡ଼ିବସିଲା ବନବିଭାଗ , ୩୦ଟି କଇଁଛ ଉଦ୍ଧାର।
ଝରୀଗାଁ, ୦୩/୦୭ ( ନକୁଳ ଭତରା ) : କଇଁଛ ଚୋରାଚାଲାଣ କରୁଥିବା ବେଳେ ମାଡ଼ିବସି ୩୦ ଟି କଇଁଛ ଉଦ୍ଧାର କରିଛି ବନବିଭାଗ। ଏହିଭଳି ସଫଳତା ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନବିଭାଗ କୁ । ବନବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ କଇଁଛ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ଖବର ପାଇ କଂଗ୍ରା ସେକ୍ସନ କାର୍ଯ୍ୟାଳୟ ନିକଟରେ ବନବିଭାଗ ର କର୍ମଚାରୀ ମାନେ ଜଗି ରହିଥିଲେ ଏହି ସମୟରେ ଏକ ବାଇକ ଯୋଗେ କଇଁଛ ନେଉଥିବା ବେଳେ ମାଡ଼ି ବସିଥିଲେ ବନବିଭାଗ କର୍ମଚାରୀ।ଏବଂ ଚୋରାଚାଲାଣ କାରୀଙ୍କ ଠାରୁ ଏକ ବସ୍ତା ରୁ ୩୦ ଟି ଜୀବନ୍ତ କଇଁଛ ଉଦ୍ଧାର କରି ଜଣକୁ ଅଟକ ରଖିଥିଲେ ଆଉ ଜଣେ ବାଇକ ଯୋଗେ ଘଟଣା ସ୍ଥଳରେ ଚମ୍ପଟ ମାରିଥିଲା। ତେବେ ବନବିଭାଗ କଇଁଛ କୁ ନିଜ ହେପାଜତ ରେ ନେଇ ଝରିଗାଁ ବନାଞ୍ଚଳ ରେ ରଖିଥିବା ବେଳେ ଜଣକୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ ଜଣକ ରାଇଘର ବ୍ଲକ ଚାତାବେଡା ଗାଁ ର ପ୍ରସନଜିତ କର୍ମକାର ହୋଇଥିବା ବେଳେ ଆଉ ଜଣେ ଚମ୍ପଟ ମାରିଥିବା ବ୍ୟକ୍ତି ଙ୍କୁ ଖୁବ ଶୀଘ୍ର ଧରା ଯିବ ବୋଲି ନବରଙ୍ଗପୁର ଏସିଏଫ୍ ଦିବ୍ୟା ମାଧୁରୀ ସେଠି କହିବା ସହ କଇଁଛ କୁ କଳାହାଣ୍ଡି ଜିଲ୍ଲା ରୁ ଆଣି ନବରଙ୍ଗପୁର ରାଇଘର ଅଞ୍ଚଳ ରେ ବିକ୍ରି କରି ଏକ ସାଇଡ ବ୍ୟବସାୟ କରୁଥିବା କହିଛନ୍ତି। କଇଁଛ ଚାଲାଣ ରାକେଟ ଚାଲିଥିବା ବେଳେ ତଦନ୍ତ ଅଫିସର୍ ଏ ସି ଏଫ୍ ଦିବ୍ୟା ମାଧୁରୀ ସେଠୀଙ୍କ ନେତୃତ୍ୱରେ ରେଞ୍ଜର ସୁଶାନ୍ତ କୁମାର ସିଂ, କଂଗ୍ରା ସେକସନ ଫରେଷ୍ଟର ମନୋରଞ୍ଜନ ନାୟକ ଏବଂ ଗାର୍ଡ , ରମାକାନ୍ତ ସାହୁ ଅପରେସନରେ ସାମିଲ ହୋଇ କଇଁଛ ଜବତ କରିଥିବା ସୂଚନା ମିଳିଛି।