ବିଶ୍ୱ ପରିବେଶ ଦିବସ ଅବସରରେ ସେଣ୍ଟ ଜୋସେଫ୍ସ ଇଂଲିଶ୍ ମିଡିୟମ୍ ସ୍କୁଲ ରେ ବୃକ୍ଷରୋପଣ ଓ ପୋଷ୍ଟର ପ୍ରଦର୍ଶନୀ କାର୍ଯ୍ୟକ୍ରମ
ଚକାପାଦ, ୦୮/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଶଙ୍କରାଖୋଲ ରେ ଥିବା ସେଣ୍ଟ ଜୋସେଫ୍ ଇଂଲିଶ୍ ମିଡିୟମ୍ ସ୍କୁଲ ଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ ସଚେତନତା ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ଆଲିସ୍ ଜୋନ୍ ଓ ଉପ ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ଜୋଏସିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ସମ୍ପର୍କିତ ସୁନ୍ଦର ପୋଷ୍ଟର ପ୍ରସ୍ତୁତ କରି ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ଦେବାଶିଷ, ଦିନେଶ, କାନ୍ହୁ, ବିଷ୍ଣୁ, ମାନିକା, ରାଜେଶ, ଶ୍ରଦ୍ଧା, ସୁଭାଷିଣୀ, ବିକୁନ, ଦିପକ, ସସ୍ମିତା ଏବଂ ସାନିଆ ସକ୍ରିୟ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ପ୍ରକୃତି ସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସମସ୍ତେ ଅଧିକରୁ ଅଧିକ ଗଛ ଲଗାଇବା ଓ ପରିବେଶକୁ ସବୁଜ ଏବଂ ସ୍ୱଚ୍ଛ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ।ପରିବେଶ ବାର୍ତ୍ତା"ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ। ପରିବେଶକୁ ସୁରକ୍ଷା କରିବା ଆମ ସମସ୍ତଙ୍କର ପବିତ୍ର କର୍ତ୍ତବ୍ୟ। ଆଜି ଗୋଟିଏ ଗଛ ଲଗାଇଲେ ଆସନ୍ତା ପିଢ଼ିକୁ ଏକ ସୁନ୍ଦର ସବୁଜ ଓ ସୁସ୍ଥ ପୃଥିବୀ ଉପହାର ଦେଇପାରିବା। 'ଗୋଟିଏ ଛାତ୍ର - ଗୋଟିଏ ଗଛ' ହେଉ ଆମର ସଂକଳ୍ପ ବୋଲି ଶପଥ ନେଇଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ