Hot Posts

6/recent/ticker-posts

ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଭୋଟର ସାକ୍ଷରତା ସଚେତନ କାର୍ଯ୍ୟକ୍ରମ ।

ଚକାପାଦ, ୦୮/୦୭ ( ବାଳକୃଷ୍ଣ କହଁର ) : ଚକାପାଦ ବ୍ଳକ ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡ ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ ଭୋଟର ସାକ୍ଷରତା ସଚେତନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ମୁଖ୍ୟ ଅତୀଥି ଭାବେ ଫୁଲବାଣୀ ଉପ ଜିଲ୍ଲାପାଳ ଭିକାରୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିର୍ବାଚନରେ ମତଦାତା ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ଚକାପାଦ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ , ସହ-ଉପଜିଲ୍ଲାପାଳ ହରିହର ପ୍ରଧାନ , ଅଫିସ ସହାୟକ ଜିତେନ୍ଦ୍ର ମରଥା ଯୋଗଦେଇ ଭୋଟ ଦାନର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୮ ବର୍ଷ ବୟସର ସମସ୍ତ ଛାତ୍ରଛାତ୍ରୀ ଭୋଟର ତାଲିକାରେ ସେମାନଙ୍କର ନାମ ପଞ୍ଜିକରଣ କରିବାପାଇଁ ଓ ନିର୍ବାଚନରେ ସେମାନଙ୍କର ମତଦାନକୁ ନିଶ୍ଚିତ କରିବା ପାଇଁ ଏହି ସଭାରେ ଗୁରୁତ୍ଵ ଦିଅଯାଇଥିଲା । ମତଦାନ କୁ ଆଧାରକରି ଛାତ୍ରଛାତ୍ରୀଙ୍କ ଭିତରେ ଏକ ପ୍ରତିଯୋଗୀତା କରାଯାଇଥିଲା । ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରଯାଇଥିଲା । ଏଥିରେ ତିନିଜଣ ବିଏଲ୍ଓ ଯୋଗଦେଇଥିଲେ । ବିଦ୍ୟାଳୟର ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରାକ୍ତନ ଅଧକ୍ଷ ଦୀନବନ୍ଧୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ପରିଶେଷରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ କରଯାଇଥିଲା ଏଥିରେ ସମସ୍ତ ଅତିଥି ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ । ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରୀତାଞ୍ଜଳି ସାହୁ, ରୀନାରାଣୀ ପ୍ରଧାନ , ଡେମନଷ୍ଟେଟର ସଞ୍ଜୟ କୁମାର ନାୟକ ,ଖେଳ ଶିକ୍ଷକ ଏମ ବାଳକୃଷ୍ଣ ଡୋରା , ସନ୍ୟାସୀ ଜେନା , ବୈକୁଣ୍ଠ ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ