Hot Posts

6/recent/ticker-posts

ଖଡ଼ିଆଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରଲି ଧକ୍କାରେ ଯୁବକଙ୍କ ମୃତ୍ୟୁ, ରେଡ୍ କ୍ରସ ପାଣ୍ଠିରୁ ୧୦ ହଜାର ସହାୟତା

ନୂଆପଡ଼ା, ୧୮/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡିଆଳ ସହରରେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମହା ପ୍ରଭୁଙ୍କ ରଥଯାତ୍ରା ପାଳିତ ହୋଇଥିଲା। ରଥଯାତ୍ରା ଶେଷ ହୋଇଥିବା ବେଳେ ବିଦ୍ୟୁତ୍ ନ ଥିବା ବେଳେ ଖଡ଼ିଆଳ ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ୩୫୩ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା, ଏହି ଦୁର୍ଘଟଣା ରେ ଟ୍ରାଲି ଧକ୍କା ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ, ଶବର ପଡ଼ା ଯୁବକ ଆର୍ତ୍ତ ଶବର ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାର ର ଜଣେ ମାତ୍ର ପୁତ୍ର ସନ୍ତାନ ଅଟେ। ମାଁ ବୁଡ଼ୁ ଶବର ଙ୍କୁ ରେଡ୍ କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ଆର୍ଥିକ ସହଯୋଗ ରାଶୀ ଖଡ଼ିଆଳ ତହସିଲଦାର ନରସିଂହ ଗଡବା ଚେକ୍ ପ୍ରଦାନ କରିଛନ୍ତି। ଚେକ୍ ପ୍ରଦାନ ବେଳେ ରାଜ୍ୟ ଆଦିବାସୀ କଲ୍ୟାଣ ମହାସଂଘ ରାଜ୍ୟ ସଭାପତି ବାଳକୃଷ୍ଣ ଶବର ମଧ୍ୟ ଉପସ୍ଥିତ ଥିଲେ।