ନୂଆପଡ଼ା ଜିଲ୍ଲା ଖଡିଆଳ ବରିଷ୍ଠ ଆଇନଜୀବୀ ସୁରେଶ କୁମାର ଅଗ୍ରୱାଲ ଙ୍କ ସଡ଼କ ଦୁର୍ଘଟଣା
ନୂଆପଡ଼ା, ୧୮/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡିଆଳ ଓକିଲ ସଙ୍ଘର ପୂର୍ବତ୍ତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁରେଶ କୁମାର ଅଗ୍ରୱାଲ ଆଜି ସକାଳ ୧୦ ଘଣ୍ଟା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ। ୩୫୩ ନମ୍ୱର୍ ଜାତୀୟ ରାଜପଥ ବ୍ଲକ ଛକ ନିକଟରେ ତାଙ୍କ ସ୍କୁଟି ସମ୍ମୁଖରେ ଏକ କୁକୁର ଆସିବାରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ରେ ବ୍ୟାପକ ଆଘାତ ହୋଇଥିବା ବେଳେ ଗୁରୁତର ଅବସ୍ଥା ରେ ଖଡ଼ିଆଳ ସାମ୍ବାଦିକ ଯୋଗେଶ୍ୱର ସଗରିଆ ଘଟଣା ସ୍ଥଳେ ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଖଡ଼ିଆଳ ମିଶନ କୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ତାଙ୍କ ସିଟି ସ୍କାନ ହୋଇଥିବା ବେଳେ ସେ ଦୀର୍ଘ ଦିନ ରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ। ବର୍ତ୍ତମାନ ସ୍ଥିତି ରେ ସୁଧାର ଆସୁଥିବା ପରିବାର ପକ୍ଷ ରୁ ପ୍ରକାଶ।