Hot Posts

6/recent/ticker-posts

ଆମ ହସ୍ପିଟାଲ କାର୍ଯ୍ୟ ନିମ୍ନମାନ ଅଭିଯୋଗ ପରେ,ବିଧାୟକ ଙ୍କ ପରିଦର୍ଶନ ଓ ଅଧିକାରୀ ଙ୍କୁ ତାଗିଦ।

କଳାହାଣ୍ଡି, ୧୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜାତୀୟ ସ୍ୱାସ୍ଥ୍ୟ ମିଶନ କଳାହାଣ୍ଡି ପକ୍ଷରୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ବିକାଶ ପାଇଁ ‘ଆମ ହସ୍ପିଟାଲ’ ଯୋଜନାରେ କାର୍ଯ୍ୟ ଜାରି ରହିଛି। ହେଲେ ଏଠାରେ ନିର୍ମାଣ କାର୍ଯ୍ୟ ନିମ୍ନମାନ ର ହେଉଥିବା ନେଇ ଗତ କିଛିଦିନ ତଳେ ସ୍ଥାନୀୟ ଗ୍ରାମ ର ସଚେତନ ନାଗରିକ ମାନେ ଅଭିଯୋଗ ଆଣିଥିଲେ। ଠିକାସଂସ୍ଥା ପକ୍ଷରୁ ପିଲର ଖୋଲା ଯାଇଥିବା ଗାତ ରେ ବାଲି/କ୍ରସର ଗୁଣ୍ଡ ପକାଇବା ବଦଳ ରେ ଖୋଲା ଯାଇଥିବା ମାଟି କୁ ପୁଣିଥରେ ଗାତ ରେ ପକା ଯାଉଥିବା ଦେଖି କୋଠା ର ସ୍ଥାୟୀତ୍ୱ ନେଇ ଅଭିଯୋଗ କରିଥିଲେ। ଏପରିକି କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟ ସ୍ଥାନରେ କୌଣସି ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହୁ ନଥିବା ଅଭିଯୋଗ ହୋଇଥିଲା। ନିର୍ମାଣଧୀନ ଆମ ହସ୍ପିଟାଲ ର ଅଟକଳ ଓ କେଉଁ କେଉଁ କାର୍ଯ୍ୟ ହେବ ସେ ନେଇ କୌଣସି ସୂଚନା ଫଳକ ମଧ୍ୟ ଲଗା ଯାଇନାହିଁ। ଏଠାରେ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ।ଲୋକଙ୍କ ଅଭିଯୋଗ ନେଇ ଗଣମାଧ୍ୟମରେ ଖବର ପରେ ବିଧାୟକ ଶନିବାର ନିର୍ମାଣଧୀନ ଆମ ହସ୍ପିଟାଲ କାର୍ଯ୍ୟ ତଦାରଖ କରିଥିଲେ ଓ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟ ରେ ଅନିୟମିତତା ହେଉଥିବା ନେଇ ଏନପିସିସି ନିର୍ବାହୀ ବିଭାଗୀୟ ଅଧିକାରୀ,ଠିକାସଂସ୍ଥା ଙ୍କୁ ଜବାବ ତଲବ କରିବା ସହ ବିଭାଗ ର ଉଚ୍ଚ ଅଧିକାରୀ ଙ୍କ ସହ ଫୋନ ରେ ଆଲୋଚନା କରି କାର୍ଯ୍ୟ ରେ କୌଣସି ଅନିୟମିତତା ବରଦାସ୍ତ କରାଯିବ ନାହିଁ ବୋଳି ରୋକଠୋକ କହିଥିଲେ।ଉନ୍ନତ ମାନର କାର୍ଯ୍ୟ କରିବା ପାଇଁ ଠିକା ସଂସ୍ଥାକୁ କଡ଼ା ତାଗିଦ୍ କରିଥିଲେ। ବିଧାୟକ ଙ୍କ ଗସ୍ତ ସମୟରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ ନେଇ ବିଧାୟକ ଙ୍କୁ ଅବଗତ କରାଇଥିଲେ। ଏହାସହ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମଣ୍ଡଳ ସଭାପତି ବସନ୍ତ ନାଗ,ମଧୁବନ ପାତ୍ର, ଜିଲ୍ଲା ପ୍ରତିନିଧି ଦୁର୍ଗା ପ୍ରଧାନୀ, ନରେନ୍ଦ୍ର ପ୍ରଧାନୀ, ମଣ୍ଡଳ ସମ୍ପାଦକ ମନୋଜ ନାଏକ, ଶାରଳା ପ୍ରସାଦ ପ୍ରଧାନୀ, ଇଶରାମ ସୁନାନୀ, ରଘୁମଣି ଖମାରି,ପ୍ରମୋଦ ପ୍ରଧାନୀ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, କ୍ଷୀରସିନ୍ଧୁ ନେଗି, ନବୀନ ପ୍ରଧାନୀ, ଧର୍ମାନନ୍ଦ ନେଗି, ବୈଦ୍ୟନାଥ ମାଝୀ, ସୁଶିଳ ପାଢ଼ୀ ପ୍ରମୁଖ ଦଳୀୟ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ