Hot Posts

6/recent/ticker-posts

ସ୍ୱିଗି ମାଧ୍ୟମରେ ଭୁଲ୍ ଖାଦ୍ୟ ଡେଲିଭରି, ଧାର୍ମିକ ଭାବନାରେ ଆଘାତ ଅଭିଯୋଗ

କଟକ, ୨୬/୦୭ ( କାହୁଁ ଚରଣ ବାରିକ ) : କଟକ ସହରରେ ଅନଲାଇନ୍ ଖାଦ୍ୟ ଯୋଗାଣ ସଂସ୍ଥା 'ସ୍ୱିଗି' (Swiggy) ଏବଂ ଏକ ସ୍ଥାନୀୟ ହୋଟେଲ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଆଜି ପବିତ୍ର ମହାପ୍ରଭୁଙ୍କ ଅଧରପଣା ନୀତି ଅବସରରେ ଜଣେ ଗ୍ରାହକ ନିରାମିଷ ଖାଦ୍ୟ ଅର୍ଡର କରିଥିବା ବେଳେ ତାଙ୍କୁ ଆମିଷ ଖାଦ୍ୟ ପଠାଯାଇଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ସେ ସ୍ୱିଗି ମାଧ୍ୟମରେ 'ଭେଜ୍ ଦମ୍ ବିରିୟାନି' (Veg Dum Biryani) ଅର୍ଡର କରିଥିଲେ। ହେଲେ ଡେଲିଭରି ବୟ ଦେଇଥିବା ପାର୍ସଲରେ ଆମିଷ (ଚିକେନ୍) ଖାଦ୍ୟ ବାହାରିଥିଲା। ଏହି ପାର୍ସଲଟି କଟକ ନୂଆ ରେଳ ଷ୍ଟେସନ, ଶିଖରପୁର ପାଖରେ ଥିବା 'ହେଭେନ୍ ଫୁଡ୍ ଫ୍ୟାକ୍ଟ୍ରି' (Heaven Food Factory) ରୁ ଆସିଥିଲା। ଗ୍ରାହକ ଜଣକ ଅଭିଯୋଗ କରିଛନ୍ତି ଯେ, ଆଜି ଭଳି ଏକ ପବିତ୍ର ପର୍ବପର୍ବାଣି ଦିନରେ ଏଭଳି ଭୁଲ୍ କରି ଲୋକଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ପହଞ୍ଚାଯାଇଛି । ଏହି ଘଟଣା ପରେ କ୍ଷୁବ୍ଧ ଗ୍ରାହକ ଜଣକ ନ୍ୟାୟ ଦାବି କରି ପୋଲିସ ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମ୍ପୃକ୍ତ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।