ଲାଇନ ନଥିଲେ ପାଣି ସମସ୍ୟା, ନଳକୂପ ମରାମତି ପାଇଁ ଦାବି ଜୋରଦାର
କଟକ, ୨୬/୦୭ ( କାହୁଁ ଚରଣ ବାରିକ ) : କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ବୀରସିଂହପୁର ଗ୍ରାମରେ ଥିବା ନଳକୂପ ର ଷ୍ଟାଣ୍ଡ ଟି ନଷ୍ଟ ହୋଇଯିବା ସହ ଆବଶ୍ୟକୀୟ ପାଣି ବାହାରୁ ନଥିବାରୁ ସମସ୍ୟା ସୃଷ୍ଟି ହେଉଛି, ଚତରାପଦା ପ୍ରାଥମିକ ବିଦ୍ୟାଳୟ ରେ ଥିବା ନଳକୂପ ଟି ମୋଟର ଲାଇନ ସଂଯୋଗ ହୋଇଛି, ଯଦିଓ ଉଭୟ ନଳକୂପ ଓ ମୋଟର ଲାଇନ ସଂଯୋଗ ହୋଇଛି, ଲାଇନ ନଥିବା ସମୟରେ ନଳକୂପ ବ୍ୟବହାର ହେଉଛି କିନ୍ତୁ ଏହି ନଳକୂପ ହାଣ୍ଡେଲ ଟି ଦୀର୍ଘ ଏକ ବର୍ଷ ରୁ ଅଧିକ ଦିନ ଧରି ଅଚଳ ହୋଇ ପଡିଛି। ଯାହା ଫଳରେ ପାଣି ପାଇଁ ଛାତ୍ରଛାତ୍ରୀ ମାନେ ହଇରାଣ ହେଉଛନ୍ତି। ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କାର୍ଯ୍ୟ କରିବା ପାଇଁ ଦାବୀ ହେଉଛି।