ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ଯାଜପୁର , ୦୩/୦୭ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟରେ “ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ଗବେଷଣା ଓ ପରିବେଶ ସଚେତନତାର ସମନ୍ୱୟ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବ୍ରଜ କିଶୋର ସାହୁ ସଭାପତିତ୍ୱ କରିଥିବା ବେଳେ ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଓଡିନ କର୍ଣ୍ଣେଲ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି, କିସ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ପ୍ରାଣୀ ବିଜ୍ଞାନ ସହକାରୀ ପ୍ରାଧ୍ୟାପକ ଡ଼. ଦେବାଶିଷ ମହାପାତ୍ର ସମ୍ମାନିତ ଅତିଥି ଏବଂ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼. ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ମୁଖ୍ୟ ବକ୍ତାଭାବେ ଯୋଗଦାନ କରିଥିଲେ।ଖରସ୍ରୋତା ମହାବିଦ୍ୟାଳୟର ଆଇକ୍ୟୁଏସି (IQAC) ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ସଂଯୋଜକ ଡ଼. ଅରୁଣ କୁମାର ସାମଲ, ଡ଼. ଗାୟତ୍ରୀ ଧଳ, ବୈଭବ ନାୟକ, ରୁପାଲୀ ମହାରଣା ଓ ଡ଼. ଦୀପ୍ତି ରଞ୍ଜନ ସେନାପତି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନାର ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ। ଏହି ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ପାଖାପାଖି ୧୦ଟି ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରି ସେମାନଙ୍କର ଗବେଷଣାଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ସଂରକ୍ଷଣର ଗୁରୁତ୍ୱ, ବର୍ତ୍ତମାନ ସମୟର ପ୍ରାସଙ୍ଗିକତା ଓ ସମାଜ ପ୍ରତି ଏହାର ଅବଦାନ ସମ୍ପର୍କରେ ବକ୍ତାମାନେ ବିସ୍ତୃତ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ବିଜୟ ପତି, ମୀନ କେତନ ତ୍ରିପାଠୀ, ସୁବାଷ ସାହୁ, ସୁରେନ୍ଦ୍ର ସାମଲ, ଗଗନ ବେହେରା, ଦେବବ୍ରତ ଧଳ, ଚିତ୍ତ ରଞ୍ଜନ ସାହୁ, ଜଳଧର ସାହୁ, ରଜତ ସାହୁ, ବିବେକ ମେହେର, ଶରତ ରାଉଳ, ଯୋଗେନ୍ଦ୍ର ସୁତାର, ରୋଜାଲିନ କୁଆଁର, ଜ୍ୟୋତିପ୍ରଭା ମହାନ୍ତି, ଅର୍ପିତା ସ୍ୱାଇଁ ଓ ଶୁଚିସ୍ମିତା ନାୟକ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ରୁପାଲୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।