ଶ୍ରୀମଦ୍ ଭାଗବତ କଥାର ସଫଳ ଆୟୋଜନ ପରେ ଗୁପ୍ତା ପରିବାର ଓ ଏସଜିବିଏଲ୍ ଗ୍ରୁପର ବନ୍ଧୁମିଳନ
କଟକ, ୦୩/୦୭ ( କାହୁଁ ଚରଣ ବାରିକ ) : କଟକ ବଖରାବାଦସ୍ଥିତ ସନସାଇନ୍ ଖେଳ ପଡ଼ିଆରେ ଗତ ଜୁନ ୨୦ ରୁ ୨୬ ପର୍ଯ୍ୟନ୍ତ ବିଶ୍ଵପ୍ରସିଦ୍ଧ କଥାବାଚକ ଇନ୍ଦ୍ରେଶ ଜି ଉପାଧ୍ୟାୟ ମହାରାଜଙ୍କ ଶ୍ରୀମଦ୍ ଭଗବତ କଥା ପ୍ରବଚନ କାର୍ଯ୍ୟକ୍ରମ ଭକ୍ତି ଭାବମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଏହି ଭକ୍ତି ଭାବମୟ କାର୍ଯ୍ୟକ୍ରମ ଆୟୋଜନର ସଫଳତାକୁ ନେଇ ଆୟୋଜକ ଗୁପ୍ତା ପରିବାର ଏବଂ ଏସଜିବିଏଲ ଗ୍ରୁପ ପକ୍ଷରୁ ଗତ ଗୁରୁବାର ସଂଧ୍ୟାରେ ମାଣିକଘୋଷ ବଜାରସ୍ଥିତ ମାରୱାଡି କ୍ଲବ ଠାରେ ଏକ ବନ୍ଧୁମିଳନ ଅନୁଷ୍ଟିତ ହୋଇଯାଇଛି । ଏହି ବନ୍ଧୁମିଳନରେ ସଜ୍ଜନ ଗୁପ୍ତା, ଶଙ୍କର ଗୁପ୍ତା, ଓମ ପ୍ରକାଶ ଛାପୋଲିଆ, ଅବିନାଶ ଖେମକା, ସୁରେଶ ପୋଦାର, ଗଣେଶ କଣ୍ଡୋଇ, ସଞ୍ଜୟ ଶର୍ମା, ରାମୋତାର ଭୂତ, ବିଜୟ ଅଗ୍ରୱାଲ, ବିନୋଦ ସରାଓଗି, ସତିଶ ଗୋଏଙ୍କା, ସମ୍ପତି ମୋଡା, ନିଲମ୍ ସାହା, କିରଣ ମୋଦି, ଅଲକା ସିଂହିଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି ଶ୍ରୀମଦ୍ ଭାଗବତ କଥା କାର୍ଯ୍ୟକ୍ରମର ଅନୁଭୂତିକୁ ବଖାଣି ଥିଲେ । ଏଥି ସହିତ ବନ୍ଧୁମିଳନରେ ଶ୍ରୀମଦ୍ ଭଗବତ କଥା କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ସ୍ୱେଛାସେବୀ, ଗଣମାଧ୍ୟମର ପ୍ରତିନିଧି ମାନେ ମଧ୍ୟ ସାମିଲ ହୋଇଥିଲେ ।