ଭବାନୀପାଟଣା, ୦୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜିର ଛାତ୍ର ଆଗାମୀ କାଲିର ଭବିଷ୍ୟତ ! ସାଧାରଣତଃ ନେତୃତ୍ୱ ନେବାର ମୂଳଦୁଆ ଛାତ୍ର ସମୟରୁହିଁ ପଡ଼ିଥାଏ । ତେଣୁ ଏହି ଆଧାରରେ ବିକାଶ ଆବାସିକ ବିଦ୍ୟାଳୟରେ ଷ୍ଟୁଡେଣ୍ଟ କାଉନସିଲ ନିମନ୍ତେ ଇନଭେଷ୍ଟିଚର୍ ସେରିମନି ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିର୍ଦ୍ଦେଶକ ଡି ରାମ କୁମାର, ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ, ଅଧ୍ୟକ୍ଷ ତଥା ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ଯକ୍ଷା ଆରତୀ ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ୍ ଦତ୍ତ , ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାରେ ହେଡବୟ , ହେଡଗର୍ଲ , ତଥା ବିଭିନ୍ନ ବିଭାଗ ଓ କ୍ଲବ୍ ନିମନ୍ତେ କ୍ୟାପଟେନ୍ , ଭାଇସ କ୍ୟାପଟେନ ବଛାଯାଇ ଏକ ଭବ୍ୟ ସମାରୋହର ଆୟୋଜନ କରି ସମସ୍ତ ନେତୃବୃନ୍ଦଙ୍କୁ ଅତିଥି ମାନଙ୍କ ଦ୍ୱାରା ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅତିଥିଗଣ ନବନିର୍ବାଚିତ ନେତୃବର୍ଗଙ୍କ ମାର୍ଗ ଦର୍ଶନ କରାଇଥିଲେ । ଉପାଧ୍ୟକ୍ଷ ପ୍ରସନ୍ନଜିତ୍ ଦତ୍ତ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ, କ୍ରୀଡ଼ା ଶିକ୍ଷକ ମନୋଜ ବିଶ୍ୱାଳ ଶପଥ ପାଠ କରାଇଥିଲେ ଓ ଶିକ୍ଷକ ହୃଦୟାନନ୍ଦ ଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

