Hot Posts

6/recent/ticker-posts

୪ମାସ ହେଲା ଭତ୍ତା ନପାଇ ଦୁର୍ଦ୍ଦିନରେ ବହୁ ହିତାଧିକାରୀ

ଭଞ୍ଜନଗର, ୨୧/୦୭ ( ଜେ. କେ ପଟ୍ଟନାୟକ ) : ପ୍ରତି ମାସରେ ସରକାର ଙ୍କ ଭତ୍ତାକୁ ବହୁ ଅସହାୟ, ଗରୀବ ଓ ବୟସ୍କ ଲୋକ ଚାହିଁ ରହିଛନ୍ତି। ସେଥିରେ ସେମାନଙ୍କ ଘର ଖର୍ଚ୍ଚ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ କ୍ରୟ ହୁଏ। ହେଲେ ଗତ କିଛି ମାସ ହେଲା ଭତ୍ତା ନପାଇ ବହୁ ହିତାଧିକାରୀ ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ ଚଳିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଭଞ୍ଜନଗର ବ୍ଲକ ଦୋମୁହାଣୀ ଗ୍ରାମର କିଛି ହିତାଧିକାରୀ ଭଞ୍ଜନଗର ବିଡ଼ିଓ, ଉପଜିଲାପାଳଙ୍କୁ ଭେଟି ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ହିତାଧିକାରି ମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ। ଏଥିପାଇଁ ସେମାନେ ସଜବାଜ ହେଉଛନ୍ତି ବୋଲି ସାମାଜିକ କର୍ମୀ ଜବାହରଲାଲ ସାହୁ କହିଛନ୍ତି। ଅପରପକ୍ଷେ ବ୍ଲକର ଜଣେ ଅଧିକାରୀ ଏଠାରେ କହିଛନ୍ତି ଯେ, ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ସମସ୍ୟାର ସମାଧାନ ହୋଇଯାଇଛି । ଆଉ ଅଳ୍ପ କିଛି ହିତାଧିକାରୀଙ୍କ ଯେଉଁ ସମସ୍ୟା ଅଛି ତାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ତାହାର ସମାଧାନ ହୋଇଯିବ।ହେଲେ ବର୍ତ୍ତମାନ ପରିସ୍ଥିତିରେ ତୁରନ୍ତ ଭତ୍ତା ପ୍ରଦାନ କଲେ ସେମାନେ ଉପକୃତ ହୋଇପାରିବେ ବୋଲି ଦୂରଦୂରାନ୍ତରୁ ଆସିଥିବା ବୟସ୍କ ପୁରୁଷ ଓ ମହିଳାମାନେ କହିଛନ୍ତି।