କଳାହାଣ୍ଡି, ୨୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଲଘୁଚାପଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଗ୍ରାମର ଜଣେ ବିଧବା ମହିଳାଙ୍କ ମାଟି ଖପର ଘର ଭାଙ୍ଗିଯାଇଛି। ଘଟଣା ସମୟରେ ଘର ବାହାରେ ପରିବାରର ସମସ୍ତ ସଦସ୍ୟ ଥିବାରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, କାଉଡୋଲା ଗ୍ରାମର ବିଧବା ମହିଳା ଯଶୋଦା ନିଆଳ ଗୋଟିଏ ମାଟି ଖପର ଘରେ ୬ ଜଣ ପରିବାର ସହ ରହୁଥିଲେ। ଲଘୁଚାପଜନିତ ଭାରି ବର୍ଷା କାରଣରୁ ସକାଳୁ ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଘର ଭାଙ୍ଗିବା ବେଳେ ସମସ୍ତେ ବାହାରେ ଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ବର୍ଷେ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ମୋତେ ବିଧବା ଭତ୍ତା କିମ୍ବା ସରକାରୀ ଆବାସ ମିଳିନାହିଁ।” ପରିବାର ଓ ସ୍ଥାନୀୟ ଲୋକେ ପ୍ରଶାସନଙ୍କୁ ଯଶୋଦା ନିଆଳଙ୍କ ପାଇଁ ତୁରନ୍ତ ସହାୟତା ଯୋଗାଇବା ସହ ସରକାରୀ ଆବାସ ଓ ବିଧବା ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

