Hot Posts

6/recent/ticker-posts

ଡିଙ୍ଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ: ୫୦ରୁ ଅଧିକ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

ବେଗୁନିଆ, ୦୮/୦୭  ( ମାନସ ରଞ୍ଜନ କର ) :ବେଗୁନିଆ ବ୍ଳକ ଡିଙ୍ଗର ସରକାରି ଉଚ୍ଚ ବିଜ଼୍ଯାଳୟରେ ୭.୭.୨୦୨୬ ରିଖ ମଙ୍ଗଳବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ସାହୁଙ୍କ ତତ୍ୱାବଧାନରେ ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କ ଗହଣରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ଉପସ୍ଥିତିରେ ଛାତ୍ର ଛାତ୍ରି ମାନଙ୍କୁ ନେଇ ବନ ମହତ୍ସବ ପାଳିତ ହୋଇଯାଇଛି ବିଦ୍ୟାଳୟର ପରିସରରେ ୫୦ରୁ ଅଧିକ ଗଛ ରୋପଣ କରାଯାଇଛି ଅଁଳା, ଆମ୍ବ,କଦମ୍ବ, ପେସ୍ତା ବାଦାମ, ପଟାସ, ଆକାଶିଆ ଆଦି ବୃକ୍ଷ ଲଗାଇବା ସହିତ ବୃକ୍ଷର ଉପକାରିତା ସମ୍ପର୍କରେ ଇକୋ କ୍ଳବର ଦାଇତ୍ଵରେ ଥିବା ଶିକ୍ଷକ ଶ୍ରୀମାନ ଜ୍ଞାନ ରଞ୍ଜନଶ୍ରୀ ଚନ୍ଦନ ଚ୍ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ବିଦ୍ୟାଳୟର ପୂର୍ବତନ ଛାତ୍ରମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଜାନକୀ ପ୍ରସାଦ ପଟ୍ଟନାୟକ, ରଘୁନାଥ ବାରିକ ଓ ସୁଦର୍ଶନ ରଥ ଗଛ ଲଗାଇ ତାହାର ରକ୍ଷଣା ବେକ୍ଷଣ କରିବା ସହିତ ଗଛର ଆବଶ୍ୟକତା ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ବୁଝାଇଥିଲେ ଉକ୍ତ କାର୍ଯ୍ୟ କ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମାନେ ସହଯୋଗ କରି ସରସ ସୁନ୍ଦର କରିଥିବାରୁ ପ୍ରଧାନ ଶିକ୍ଷକ ସମସ୍ତିଙ୍କୁ ଭୁଯସି ପ୍ରସଂସା କରିଥିଲେ ବିଦ୍ଯାଳୟ ର ସମସ୍ତ ଛାତ୍ରଛାତ୍ରୀ ସ୍କାଉଟଗାଇଡ JRC ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବୄକ୍ଷରୋପଣ କାର୍ଯ୍ୟକ୍ରମ ସଫଲ୍ୟ ମଣ୍ଡିତ କରିଥିବାରୁ ଓ ତତସହିତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା crcc ରିନାଞ୍ଜଳି ସାହୁ ଯୋଗଦେଇ ଥିବାରୁ ସସ୍କୃତ ଶିକ୍ଷକ ମନୋଜ କୁମାର ସାହୁ ସମସ୍ରିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ