Hot Posts

6/recent/ticker-posts

ବିଶିଷ୍ଟ ଶିକ୍ଷାବିଦ, ସମାଜସେବୀ, କାଞ୍ଚନେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାୟକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବାଲିଆପାଳ, ୦୮/୦୭ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର ନିକଟବର୍ତ୍ତୀ କାଞ୍ଚନେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ନାୟକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବାଲିଆପାଳର ବିଶିଷ୍ଟ ସମାଜ ସେଵୀ, ବିଦ୍ୟାଳୟ ନିର୍ମାଣର ପ୍ରଥମ ସମ୍ପାଦକ ସୁବ୍ରତ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ମୁଖ୍ୟ ଶିକ୍ଷକନେତା ତଥା ବ୍ଲକ ଗ୍ରାଣ୍ଟ ଶିକ୍ଷକ ରାଜ୍ୟ ସମ୍ପାଦକ ପ୍ୟାରୀ ମୋହନ ବିଶ୍ୱାଳ, ମୁଖ୍ୟ ବକ୍ତା ରୂପ ନାରାୟଣ ମହାନ୍ତି, ସମ୍ମାନିତ ଅତିଥି ରୂପେ ଅବସର ସାମରିକ ସଂଘର ସଭାପତି ମନୋଜ କୁମାର ସୀ, କମଳ ଲୋଚନ ପୀଳା ଓ କାଞ୍ଚନେଶ୍ୱର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ପାତ୍ର ମଂଚାସୀନ ହୋଇଥିଲେ |ପ୍ରାରମ୍ଭରେ ଅତିଥି ମାନେ ଶ୍ରୀ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ଜାଳି ଉଦଘାଟନ କରିଥିବା ବେଳେ,ଉତ୍କଳ ସମ୍ମିଳନୀ ସମ୍ପାଦକ, କବି, ସାମ୍ବାଦିକ ଡ଼ ସନ୍ୟାସୀ ବେହେରା ବେଦ ମନ୍ତ୍ର ପାଠ କରିଥିଲେ |ବିଦ୍ୟାଳୟର ପିଲାମାନେ ଗୁରୁ ବନ୍ଦନା, ଆବାହନୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଗୁରୁଙ୍କୁ ବନ୍ଦାପନା କରିଥିଲେ |କାଞ୍ଚନେଶ୍ୱର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାରତୀ ବେହେରା ଉଦ୍ଘାଟନୀ ବକ୍ତବ୍ୟ ରଖି ଗୁରୁ ହେଉଛନ୍ତି ସମାଜର ବିନ୍ଧାଣି, ମଣିଷ କାରଖାନାର ପ୍ରଥମ ନାୟକ ଅଟନ୍ତି |ସଞ୍ଜୟ ନାୟକ ସାର ଜଣେ ଶିକ୍ଷକ ନ ଥିଲେ ବରଂ ଜଣେ ଅନୁଷ୍ଠାନ ପ୍ରେମୀ, ସମାଜ ସେଵୀ ଥିଲେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ |ଏହି ସଭାରେ ବେଣୁଧର ପ୍ରମାଣିକ, ଅତୁଲ କୁମାର ଦାସ, ଗୋପାଳ ଚନ୍ଦ୍ର ଜେନା, ସାହାବୁଦିନ ସାହା, ଦୁଃର୍ଜୟ ନାୟକ, ମନୋରମା ନାୟକ, ଅନ୍ନପୂର୍ଣ୍ଣା ପଢ଼ିଆରୀ, ସୁଜାତା ରାଣୀ ସୀ, sk ରଫି ରୁଦିନ, ପ୍ରକାଶ ସାହୁ ଉପସ୍ଥିତ ଥିଲେ |ପୂର୍ବତନ CRC ଅଶୋକ କୁମାର ଗିରି, ନିତାୟ ରାଉଳ, ଓ ଶିକ୍ଷକ ପ୍ରଦୀପ ପଣ୍ଡା, ଶିଶିର କୁମାର ନାୟକ ସଞ୍ଜୟ ସାରଙ୍କୁ ଉପଢୌକନ ଦେଇ ସମ୍ଭର୍ଦ୍ଧିତ କରିଥିଲେ |ଗ୍ରାମବାସୀ ତଥା ତାଙ୍କ ଛାତ୍ର ମାନେ ଓ ବିଦ୍ୟାଳୟର ଶିକ୍ଷକ ମାନେ ସମ୍ଭର୍ଦ୍ଧିତ କରିଥିଲେ | କଚୁଆ ପଡା ଗ୍ରାମର ସମାଜ ସେଵୀ ଜଗବନ୍ଧୁ ଜେନା ମଞ୍ଚ ଆହ୍ୱାନ କରିଥିବା ବେଳେକାଞ୍ଚନେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ |