ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର
ନୂଆପଡ଼ା, ୧୮/୦୭ ( ପରମେଶ୍ୱର ମେହେର ) : ବେଆଇନ ଭାବେ ମହିଷୀ ଚୋରା ଚାଲାଣ ବେଳେ ମାଡ଼ି ବସିଲା ନୂଆପଡ଼ା ଜିଲ୍ଲା କୋମନା ଥାନା ପୋଲିସ l ୩ ଗୋଟି ଟ୍ରକରେ ଚାଲାଣ ହେଉ ଥିଲା ୮୩ ଗୋଟି ମହିଷି l ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ଥାନା ପୋଲିସ ଜାତୀୟ ରାଜପଥ ୩୫୩ର କ୍ରିଷ୍ଣା ଛକରେ ଚଢ଼ାଉ କରି ଥିଲା l ଚୋରା ଚାଲାଣ ଅଭିଯୋଗରେ ଉତ୍ତର ପ୍ରଦେଶର ପରଭେଜ୍ କ୍ୟୁରେସି ଓ ନୱାବ ଏବଂ ଅମୃତସର ପଞ୍ଜାବର ଦେବେନ୍ଦ୍ର ସିଂଙ୍କୁ ଗିରଫ କରିଛି l ୩ ଗୋଟି ଟ୍ରକକୁ ଜବତ କରିଛି l ଉଦ୍ଧାର ମହିଷୀକୁ ଉଦ୍ଧାର କରି ଗୁରୁକୁଳ ଅମସେନା ଆଶ୍ରମର ଜିମାରେ ଦିଆ ଯାଇଛି l ନୂଆପଡ଼ା ଜିଲ୍ଲା କୋମନା ଥାନା ରେଙ୍ଗ ଗାଁରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଚୋରା ଚାଲାଣ ହେଉ ଥିଲା l