Hot Posts

6/recent/ticker-posts

ବିଦ୍ୟାଳୟ ରୋଷେଇ ଘରେ ଗ୍ୟାସ ଲିକେଜ ହୋଇ ଜଳିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପାଚିକା

କୋକସରା, ୦୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବାଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ଅଳ୍ପକେ ବର୍ତ୍ତିଯାଇଛି ଏକ ବଡ଼ ଅଘଟଣ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ରୋଷେଇ ଘରରେ ଗ୍ୟାସ ଲିକେଜ ହେବାରୁ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଘଟଣା ପରେ ବିଦ୍ୟାଳୟର ଶିକ୍ଷକମାନେ ତୁରନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ କୋକସରା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ ପାଚିକା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀ, ଶିକ୍ଷକ ଓ ପାଚିକା ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏବେ ଦେଖିବା ଏହି ଘଟଣାକୁ ନେଇ କଣ କହୁଛନ୍ତି ଦମକଳ ବାହିନୀ ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ।