Hot Posts

6/recent/ticker-posts

ଶହୀଦ୍ ପୀଠରେ ବୃକ୍ଷରୋପଣ ।

ବରୀ, ୦୮/୦୭ ( ରଂଜିତ ମହାନ୍ତି ) : ଓଡିଶା ପ୍ରତିଭା ପୂଜା ପରିଷଦ ଆନୁକୂଲ୍ୟରେ ଅଜା ଣ ପଡିଆ ସ୍ଥିତ ଶହୀଦ ମାୟାଧର ଭୂୟାଁଙ୍କ ସ୍ମୃତିପୀଠ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପରିଷଦର ସଭାପତି କର୍ଣ୍ଣଚନ୍ଦ୍ର ଘଡାଇ ବନ ମହୋତ୍ସବପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଂପାଦକ ଡଃନୃସିଂହ ଚରଣ ବେହେରା ସୁସ୍ଥ ପରିବେଶ ତଥା ପରିବେଶର ସୁରକ୍ଷା ଦିଗରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ସଂଗଠନର କର୍ମକର୍ତା ଅନୁରୁଦ୍ଧ ମଲ୍ଲ, ମକରଧ୍ଵଜ ସାହୁ, ବୈଷ୍ଣବ ଚରଣ ଦାସ,ଅଭିରାମ ମଲ୍ଲ, ସମାଜସେବୀ ନକୁଳ ଚନ୍ଦ୍ର ଦାସ, ସଦସ୍ୟ ଚୈତନ୍ୟ ଚରଣଶାନ୍ତି, ନବକିଶୋର ମହାନ୍ତି ଓ କିଶୋର ଚନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ କେଶବ ଚନ୍ଦ୍ର ମହାନ୍ତି ନିୟମିତ ଜଳସେଚନ ସହିତ ଗଛଗୁଡିକର ସୁରକ୍ଷା ଦିଗରେ ଯତ୍ନବାନ ହେବାପାଇଁ ସମ୍ମତି ପ୍ରଦାନ କରିଥିବାରୁ ପରିଷଦ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।