Hot Posts

6/recent/ticker-posts

କୋରାପୁଟ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ଶ୍ରୀ ଗୌରୀଶଙ୍କର ରାଓ ସମ୍ମାନିତ

କୋରାପୁଟ, ୨୬/୦୭ ( ସୁରେନ୍ଦ୍ର ଖୋସଲା ) : କୋରାପୁଟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶୋଭା ସଂସ୍ଥାର ୩୩ତମ ପ୍ରତିଷ୍ଠା ଉତ୍ସବ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଶ୍ରୀ ମଦନ ଖିରିଶାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ସଦସ୍ୟ ଏବଂ ସମାଜସେବୀମାନେ ଯୋଗଦେଇଥିଲେ। ଏହି ଅବସରରେ ଶୋଭା ସଂସ୍ଥାର ମୁଖ୍ୟ ଶ୍ରୀ ସଞ୍ଜୀବ ପଟ୍ଟନାୟକ ସମାଜସେବା କ୍ଷେତ୍ରରେ ଶ୍ରେଷ୍ଠ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଗୌରୀଶଙ୍କର ରାଓଙ୍କୁ "ଶୋଭା ସମ୍ମାନ" ପ୍ରଦାନ କରି ସମ୍ମାନିତ କରିଥିଲେ। ତାଙ୍କର ଦୀର୍ଘଦିନର ସାମାଜିକ ସେବା, ଜନକଲ୍ୟାଣମୂଳକ କାର୍ଯ୍ୟ ଓ ସମାଜ ପ୍ରତି ନିଷ୍ଠାକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ କରି ଶ୍ରୀ ଗୌରୀଶଙ୍କର ରାଓ ଶୋଭା ସଂସ୍ଥା ପ୍ରତି କୃତଜ୍ଞତା ଜଣାଇବା ସହ ସମାଜର ସେବାରେ ଆଗାମୀ ଦିନରେ ମଧ୍ୟ ନିଜର ପ୍ରୟାସ ଜାରି ରଖିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମାଜସେବା, ଏକତା ଓ ମାନବିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।