ବର୍ଷା ରେ ଭିଜୁଛି ମଣ୍ଡିର ଧାନ
କଳାହାଣ୍ଡି, ୦୪/୦୭ ( ରିତେଶ ମୁଣ୍ଡ ) : ଗତ ୨୦ ତାରିଖରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଆରମ୍ଭହୋଇଛି. ଚାରି ତାରିକ ଶନିବାର ଦିନ କୋକସରା ବ୍ଲକ ରଣମାଲ, ଚାହାର ବାହାଲ, ମୋଟର, ଖଲିଆ ଭଟା ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ ଆସିଛି.ଆରମ୍ଭ ପରେ ଧାନ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ଧାନ ପଡି ରହିଛି। ଧାନ ପଡିବାର ଏକ ପାଞ୍ଚ ସପ୍ତାହ ବିତି ଯାଇଥିଲେ ହେଁ ଉଠାଣ ହୋଇ ପାରି ନାହିଁ | ଯାହାକୁ ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି.ଅନ୍ୟପଟେ ଲଗୁଚାପ ଜନିତ ବର୍ଷା ଜଗୁ ଚାଷୀ ପେଷି ହେଉଛି.ହେଲେ ପ୍ରଶାସନର ନୀରବତା ନୀତିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଲଘୁଚାପ ଜନିତ ଯୋଗୁ ପ୍ରବଳ ତୁମ୍ବିତୋଫାନ ସାଙ୍ଗକୁ ପବନ ବର୍ଷା ଲାଗି ରହିଛି.। ନିଜ ନିଜ ଧାନକୁ ସୁରକ୍ଷା ଦେବାକୁ ଯାଇ ଚାଷୀମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି.ଏବଂ ରାସ୍ତା ରେ କାଦୁଅ ହେଉ ଥିବାରୁ ଚାଷୀ ମାନେ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି.ଏବଂ ଚାଷୀ ମାନେ ନିଜେ ରାସ୍ତାରେ ମାଟି ପକାଇ ରାସ୍ତାରେ ଧାନ ରଖିଛନ୍ତି.ଏପରିକି ଆରଏମ ସି ଓ ପେକ୍ସ କର୍ମଚାରୀ ପଲି ଥିନ ଯୋଗାଇ ଦେବାରେ ବିଫଳ ହୋଇ ଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଖବର ପ୍ରସାରଣ ହେଲା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା.