Hot Posts

6/recent/ticker-posts

ଛାତ୍ରଛାତ୍ରୀଙ୍କ ସ୍ୱର ଦମନ ବିରୋଧରେ ଜିଲ୍ଲା ମହିଳା କଂଗ୍ରେସର ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ

ଭବାନୀପାଟଣା, ୨୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଛାତ୍ରଛାତ୍ରୀଙ୍କ ସ୍ୱରକୁ ଦମନ କରାଯାଉଥିବା ଅଭିଯୋଗକୁ ନେଇ ଜିଲ୍ଲା ମହିଳା କଂଗ୍ରେସ, କଳାହାଣ୍ଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆୟୋଜନ ହୋଇଅଛି। ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନ, ଶ୍ରୀ ରାହୁଲ ଗାନ୍ଧୀ ଓ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଲିସ ଗିରଫ କରାଯାଇଥିବା ଅଭିଯୋଗ, ଦିଆ ଯାଇଛି ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ, ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନ ପ୍ରତିବାଦରେ, ନିଟ୍ (NEET) ପ୍ରଶ୍ନପତ୍ର ଲିକ୍, ସିବିଏସଇ (CBSE) ପରୀକ୍ଷାରେ ବିଭ୍ରାଟ, ଓଡ଼ିଆ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ନ୍ୟାୟ ଦାବି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଅମାନବୀୟ ଅତ୍ୟାଚାର ହୋଇଥିବା ଅଭିଯୋଗକୁ ନେଇ ଜିଲ୍ଲା ମହିଳା କଂଗ୍ରେସ କଳାହାଣ୍ଡି ପକ୍ଷରୁ ମହମବତୀ ଶୋଭାଯାତ୍ରା ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା। ପ୍ରତିବାଦକାରୀମାନେ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା, ପରୀକ୍ଷାରେ ହୋଇଥିବା ଅନିୟମିତତାର ନିରପେକ୍ଷ ତଦନ୍ତ, ଦୋଷୀ ଙ୍କ ବିରୋଧରେ କୋଠର ପଦକ୍ଷେପ ନେବା ଓ ଓଡ଼ିଆ ପାଠ୍ୟକ୍ରମ ବହି କୁ ସଂଶୋଧନ କରିବା ଦାବି କରାଯାଇଛି  ଏହି କାର୍ଯ୍ୟକ୍ରମରେ, କଂଗ୍ରେସ ସଭାପତି ଜଳନ୍ଧର ନାଏକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଗତୀ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋହମ୍ମଦ ସାହେବ, ଏକ୍ସ ଏମ୍ ଏଲ୍ ଏ ଭାରତ ଭୂଷଣ ବେମାଲ, ବରିଷ୍ଠ ନେତା ଧନୁ ଗହୀର, ନିମଞ୍ଚଲ୍ ନାଏକ, ସରୋଜ ବାଗ, ଇନ୍ଦ୍ରଜିତ ମହାକୁଡ଼, ଲିଙ୍ଗରାଜ ନାୟକ, ସୁକାନ୍ତି ସରାଫ, ମର୍ଜିନା ପ୍ରଧାନ, ଅଞ୍ଜଳି ଗୌଡ, ରୁକୁଣୀ ଶବର, ଟାଉନ ସଭାପତି ସୁକାନ୍ତ ବିଶି, ବ୍ଲକ ସଭାପତି ସୁଭାଷ ପ୍ରଧାନ, ଆଶିଷ, ଲବ ମଙ୍ଗରାଜ, ବାବା ଖାନ୍, ସୁଜିତ୍ ନାଗ, ଜଗତ ପୁଟେଲ୍, କେସିଙ୍ଗା ବ୍ଲକ ସଭାପତି ରାହାସ ସାହୁ, ସେବା ଦଳ ର କର୍ମକର୍ତ୍ତା ସହ ବହୁ କର୍ମୀ ଉପସ୍ଥିତ ଥିଲେ। ପୋଲିସ ର ସହଯୋଗ ଓ ସୁରକ୍ଷା ନିମନ୍ତେ ସଭାନେତ୍ରୀ ଧନ୍ୟବାଦ୍ ଅର୍ପଣ କରିଛନ୍ତି



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ