Hot Posts

6/recent/ticker-posts

ଖଡ଼ିଆଳରେ ବିଜେପିର ସାମ୍ବାଦିକ ସମ୍ମିଳନୀ: ଆବାସ ଯୋଜନା ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ ନଗରପାଳ ଉଜ୍ଜଳ ଗୁପ୍ତା

ନୂଆପଡା, ୨୫/୦୭ ( ପରମେଶ୍ୱର ମେହେର ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀଜୀ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟି ଏକ (ବିଜେପି) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ବିଜେପିରେ ଯୋଗଦାନ ପରେ ପ୍ରଥମ ଥ । ଥର ପାଇଁ ଗଣମାଧ୍ଯମ ସମ୍ମୁଖରେ ନିଜ ମତ ରଖୁ ରଖୁଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗୁପ୍ତା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥୁବ ଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ଆବାସ ଯୋଜନାରେ ଲାଭାର୍ଥୀ ଚୟନ ଓ ନିର୍ମାଣ ପ୍ରକ୍ରିୟା ସ ସମୟରେ ଜିଓ-ଟ୍ୟାଗ୍ ଫଟୋ, ପର୍ଯ୍ୟାୟକ୍ରମିକ ଫଟୋ ଓ ବିଭିନ୍ନ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ ଥାଏ । ଏପରି ବ୍ୟବସ୍ଥା ଥିବା ସ୍ଥଳେ ଦୁର୍ନୀତି ସମ୍ଭବ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ। ତେବେ ଯଦି କୌଣସି ଅନିୟମିତତା କିମ୍ବା ଦୁର୍ନୀତି ହୋଇଥିବାର ଆଶଙ୍କା ରହିଛି, ତେ ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଥିଲେ। ସେହିପରି ଖଡ଼ିଆଳ ବିଧାୟକଙ୍କୁ ବିଜେପିରେ ଯୋଗଦାନ ପାଇଁ ଆହ୍ବାନ କରିଥିବା ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଗୁପ୍ତା କହିଥିଲେ ଯେ, ଦଳ ପରିବର୍ତ୍ତନ କିମ୍ବା କୌଣସି ଦଳରେ ଯୋଗଦାନ କରିବ ଲିବା ସଂପୂର୍ଣ ଭାବେ ବ୍ୟକ୍ତିଗତ ନିଷ୍ପରି। ଭୁବ ଭୁବନେଶ୍ବରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତ ତ୍ତର ଦେବା ସମୟ ସମୟରେ ସେ କେବଳ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ମତ ରଖୁଥିଲେ ବୋଲି ସ୍ପଷ୍ଟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦେବଦେବ ସିଂଦେଓ, ଜ୍ଞାନ କୁମାର ମେହେର ଓ ନଗର ଜୟରାମ କୈବର୍ତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।